fbpx

ବିପଦ ସଙ୍କେତ ଉପରେ ଜଳକା ନଦୀ ପ୍ରବାହିତ

ଜଳେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବର୍ଷା କାରଣରୁ ବିପଦ ସଙ୍କେତ ଉପରେ ଜଳକା ନଦୀ ପ୍ରବାହିତ ହେଉଛି । ମଥାନୀଠାରେ ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ସେଠାରେ ୫.୬ ମିଟର ଜଳ ପ୍ରବାହିତ ହେଉଛି । ଯାହା ଫଳରେ ବସ୍ତାର ୫ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ଜଳମଗ୍ନ ହେବାର ଆଶଙ୍କା ରହିଛି ।

Get real time updates directly on you device, subscribe now.