fbpx

(Video) ଜଳେଶ୍ୱର BDOଙ୍କ ଅସରନ୍ତି ସମ୍ପତ୍ତି: ୨୪ଟି ପ୍ଲଟ୍, ଇଟା ଫ୍ୟାକ୍ଟ୍ରି ସହ ଲକ୍ଷାଧିକ ଟଙ୍କାର…, ଦେଖନ୍ତୁ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସ । ବିଡିଓ ଅଶ୍ୱିନୀ ଦାସଙ୍କ ପାଖରେ ରହିଛି ଅସରନ୍ତି ସମ୍ପତ୍ତି । ଚଢ଼ାଉରେ ଏପର୍ଯ୍ୟନ୍ତ ମିଳିଥିବା ସମ୍ପତ୍ତି ବିବରଣୀ ଦେଇଛି ଭିଜିଲାନ୍ସ ।

ସୂଚନା ମୁତାବକ, ବିଡିଓ ଅଶ୍ୱିନୀ ଦାସଙ୍କ ୨୪ ପ୍ଲଟ୍ ଠାବ ହୋଇଛି । ମୋଟ ୨ କୋଟି ୩୨ ଲକ୍ଷ ଟଙ୍କାର ୨ଟି କୋଠା ମଧ୍ୟ ଠାବ ହୋଇଛି । ଏହା ସହ ବିଡିଓଙ୍କର ଗୋଟିଏ ଇଟା ଫ୍ୟାକ୍ଟ୍ରି ମଧ୍ୟ ଠାବ କରିଛି ଭିଜିଲାନ୍ସ । ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ୨ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି । ଏହା ସହ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କୋଜି ରୂପା ଜବତ ହୋଇଛି ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଓ ଅଶ୍ୱିନୀ ଦାସଙ୍କ ସରକାରୀ ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ । କଟକ ପୈତୃକ ଘର, ଜଳେଶ୍ୱର ଅଫିସ ସମେତ ୬ଟି ସ୍ଥାନରେ ରେଡ୍ ହୋଇଥିଲା । ଭିଜିଲାନ୍ସର ୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲା ।

Get real time updates directly on you device, subscribe now.