fbpx

ନିପାତ ହେଲେ ଦୁଇ ଆତଙ୍କବାଦୀ: କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡରେ ଥିଲେ ଜଡ଼ିତ

ନୂଆଦିଲ୍ଲୀ: କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକାରୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା । ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ରାହୁଲଙ୍କ ହତ୍ୟାରେ ସାମିଲ ଥଲେ ।

ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କଶ୍ମୀର ବଡଗାମ ଜିଲ୍ଲାରେ ତହସିଲ ଅଫିସରେ ପଶି ଲଶ୍କର-ଏ-ତୋଇବାର ୨ ଆତଙ୍କବାଦୀ ତାଙ୍କୁ ରାହୁଲ ଭଟ୍ଟଙ୍କୁ ଗୁଳିମାରି ହତ୍ୟା କରିଥିଲେ । ଯାହା ପରେ ଘାଟିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଘଟଣା ପରେ ସୁରକ୍ଷାବଳ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନକୁ ତୀବ୍ର କରିଥିଲେ । ଶୁକ୍ରବାର ବାନ୍ଦୀପାରା ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ତିନି ଆତଙ୍କୀଙ୍କ ସଫା ହୋଇଥିଲା ।

ସେପଟେ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ରାହୁଲଙ୍କ ହତ୍ୟାର ବିରୋଧରେ ପ୍ରଦର୍ଶନ କରିବା ସହ ନ୍ୟାୟ ଦାବି କରି ଶୁକ୍ରବାର ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ୩୫୦ କାଶ୍ମୀରୀ ପଣ୍ଡିତ ଏଲଜୀଙ୍କୁ ସାମୂହିକ ଇସ୍ତଫା ପତ୍ର ଦେଇଛନ୍ତି । ଏହା ସହ ସେମାନେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ମଧ୍ୟ ଦାବି କରିଛନ୍ତି ।

Get real time updates directly on you device, subscribe now.