fbpx

ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ ସସପେଣ୍ଡ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର): ସୋମବାର ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟକୁ ଟୁଇଟର୍ ପକ୍ଷରୁ ସସପେଣ୍ଡ କରି ଦିଆଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡିନି ଯେ କାହିଁକି ଟୁଇଟର୍ ତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରି ଦିଆଯାଇଛି । ସେହିପରି ଗତ ବର୍ଷ ଅଗଷ୍ଟ ମାସରେ ଗୋଟିଏ ଫେକ୍ ଆକଉଣ୍ଟକୁ ସସପେଣ୍ଡ କରାଯାଇଥିଲା । ତାହା ଉପ-ଜିଲ୍ଲାପାଳ ମନୋଜ ସିହ୍ନାଙ୍କ ନାମରେ ଖୋଲାଯାଇଥିଲା । ପରେ ଜାମ୍ମୁ-କାଶ୍ମୀରର ସାଇବର୍ ପୋଲିସ୍ ଏନେଇ ତଦନ୍ତ କରିଥିଲେ । ଆଉ ତଦନ୍ତରୁ ଜଣାପଡିଥିଲା ଯେ, ମନୋଜ ସିହ୍ନାଙ୍କୁ ଟାର୍ଗେଟ କରି କେହି ଜଣେ ଏପରି କରାଯାଇଥିଲା ।

Get real time updates directly on you device, subscribe now.