ରିଲିଜ ହେଲା ‘ଜନ ନାୟଗନ’: ହଲ୍ରେ କାନ୍ଦିଲେ ସାଉଥ୍ ବ୍ୟୁଟି
ବିଜୟଙ୍କ ଫିଲ୍ମ ଜନ ନାୟଗନ ରିଲିଜ ହୋଇଛି। ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ସ୍ୱତନ୍ତ୍ର କ୍ରେଜ୍ ଥିବା ବେଳେ ନିଜକୁ ସମ୍ଭାଳି ପାରିଲେ ନାହିଁ ବିଜୟଙ୍କ ତଥାକଥିତ ପ୍ରେମିକା ତ୍ରିଶା
ଚେନ୍ନାଇ: କାନ୍ଦିଲେ ସାଉଥ୍ ବ୍ୟୁଟି ତ୍ରିଶା କୃଷ୍ଣନ। ‘ଜନ ନାୟଗନ’ରେ ବିଜୟଙ୍କ ଏକ୍ଟିଂ ଦେଖି ଭାବ ବ୍ୟୁହୋଳ ହୋଇଛନ୍ତି ତ୍ରିଶା। ହଲ ଭିତରେ ସେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ଯାହା କ୍ୟାମେରାରରେ କଏଦ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଶେଷରେ ବିଜୟଙ୍କ ଫିଲ୍ମ ଜନ ନାୟଗନ ରିଲିଜ ହୋଇଛି। ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ସ୍ୱତନ୍ତ୍ର କ୍ରେଜ୍ ଥିବା ବେଳେ ନିଜକୁ ସମ୍ଭାଳି ପାରିଲେ ନାହିଁ ବିଜୟଙ୍କ ତଥାକଥିତ ପ୍ରେମିକା ତ୍ରିଶା। ସେ ଆଜି ନିଜର ବନ୍ଧୁଙ୍କ ସହ ଫିଲ୍ମର ମଜା ଉଠାଇବା ପାଇଁ ରୋହିଣୀ ଥିଏଟରରେ ପହଞ୍ଚିଥିଲେ।
ଫିଲ୍ମ ଦେଖିଲା ବେଳେ ଭାବ ବ୍ୟୁହୋଳ ହୋଇଥିଲେ ତ୍ରିଶା। ପାପାରାଜି ନିଜ କ୍ୟାମେରାରେ ଏ ସବୁ କଏଦ କରିଛନ୍ତି। ସବୁଥର ପରି ଏଥର ମଧ୍ୟ ସେ ବିଜୟଙ୍କୁ ସମର୍ଥନ କରିଥିବା ଦେଖାଯାଇଛି। ବିଜୟ ଓ ତ୍ରିଶାଙ୍କ ଘନିଷ୍ଠତାକୁ ନେଇ ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚା ହୋଇଛି।
‘ଜନ ନାୟଗନ’ ହେଉଛି ଥଲପତି ବିଜୟଙ୍କ ଶେଷ ଚଳଚ୍ଚିତ୍ର। ଏହାପରେ ସେ ସମ୍ପୂର୍ଣ୍ଣ ଭାବେ ରାଜନୀତି ଉପରେ ଧ୍ୟାନ ଦେଲେ। ଶେଷ ଥର ପାଇଁ ବଡ଼ ପରଦାରେ ବିଜୟଙ୍କୁ ଦେଖି ଅନେକ ପ୍ରଶଂସକ ଭାବପ୍ରବଣ ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଦର୍ଶକମାନେ ସିନେମା ହଲ ଭିତରେ କାନ୍ଦୁଥିବା ଦେଖାଯାଇଛନ୍ତି।
ଦର୍ଶକଙ୍କୁ ‘ଜନ ନାୟଗନ’ ବହୁତ ପସନ୍ଦ ଆସିଛି। ସୋସିଆଲ ମିଡିଆରେ ‘ବ୍ଲକବଷ୍ଟର’, ‘ସୁପରହିଟ୍’ ଓ ‘ମନୋରଞ୍ଜନପୂର୍ଣ୍ଣ’ ଭଳି ମତାମତ ମିଳୁଛି। ସିନେମା ହଲ୍ ଭିତରେ ପ୍ରଶଂସକମାନେ ସିଟି ମାରୁଛନ୍ତି, ନୋଟ୍ ଉଡ଼ାଉଛନ୍ତି ଏବଂ ଉତ୍ସବ ପାଳନ କରୁଛନ୍ତି।
Uttarakhand Govt.
ଫିଲ୍ମରେ ବିଜୟ ଓ ବବି ଦେଓଲଙ୍କ ମୁହାଁମୁହିଁ ମୁକାବିଲାକୁ ନେଇ ମଧ୍ୟ ବେଶ ଉତ୍ସାହ ରହିଛି। ଇଣ୍ଟରଭାଲ୍ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ହେବାକୁ ଥିବା ସଂଘର୍ଷର ଝଲକ ଦେଖାଯାଇଛି। ଦକ୍ଷିଣ ଭାରତୀୟ ଫିଲ୍ମରେ ବବି ଦେଓଲଙ୍କୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି।
ବିଜୟଙ୍କ ଏଣ୍ଟ୍ରି ସିନ୍ ମଧ୍ୟ ଭାଇରାଲ ହୋଇଛି। ଏଥିରେ ସେ ଗୁଣ୍ଡାମାନଙ୍କୁ ମାଡ଼ ମାରୁଥିବା ଦେଖାଯାଇଛି। ପ୍ରଶଂସକମାନେ ପରଦାରେ ବିଜୟଙ୍କୁ ଦେଖି ଉଚ୍ଚ ସ୍ୱରରେ ଚିତ୍କାର କରୁଛନ୍ତି। ଅନେକ ଦର୍ଶକ ସିଟ୍ ଉପରେ ଠିଆ ହୋଇ ‘ବିଜୟ-ବିଜୟ’ ନାରା ଦେଉଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଦକ୍ଷିଣ ଭାରତର ବିଭିନ୍ନ ସିନେମା ହଲ୍ରେ ପ୍ରଥମ ଦିନର ପ୍ରଥମ ଶୋ’ ଦେଖିବା ପାଇଁ ଦୀର୍ଘ ଧାଡ଼ି ଲାଗିଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦର୍ଶକମାନେ ହୁଟିଂ, ତାଳି ଓ ନାଚଗୀତ କରୁଥିବା ଦେଖାଯାଇଛନ୍ତି। ଫିଲ୍ମ ଆରମ୍ଭ ସମୟରେ ବିଜୟଙ୍କୁ ‘ସିଏମ୍ ବିଜୟ’ ବୋଲି ଟାଇଟଲ୍ ଦିଆଯାଇଥିଲା, ଯାହାକୁ ପ୍ରଶଂସକମାନେ ନିଜ କ୍ୟାମେରାରେ କଏଦ କରିଥିଲେ।
ବେଙ୍ଗାଲୁରୁର ସନ୍ଧ୍ୟା ଥିଏଟର ବାହାରେ ବିଜୟଙ୍କ ବିଶାଳ କଟ୍ଆଉଟ୍ ଲଗାଯାଇଛି। ପ୍ରଶଂସକମାନେ ସେଠାରେ ଫଟୋ ଉଠାଇବା ସହ ବାଣ ଫୁଟାଇ ନାଚଗୀତ କରୁଛନ୍ତି। ମଦୁରାଇରେ ବିଜୟଙ୍କ ପୋଷ୍ଟର ଉପରେ କ୍ଷୀର ଢାଳି ସମ୍ମାନ ଜଣାଉଛନ୍ତି।
ଭାରତରେ ‘ଜନ ନାୟଗନ’ ୨,୫୦୦ଟି ସ୍କ୍ରିନ୍ରେ ମୁକ୍ତିଲାଭ କରିଛି। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନା ଓ କେରଳରେ ସକାଳ ୬ଟା ପୂର୍ବରୁ ଶୋ ଆରମ୍ଭ ହୋଇଥିବା ବେଳେ ତାମିଲନାଡୁରେ ସକାଳ ୯ଟାରୁ ପ୍ରଦର୍ଶନ ଆରମ୍ଭ ହୋଇଛି।
ଏହି ଫିଲ୍ମରେ ବିଜୟଙ୍କ ସହ ପୂଜା ହେଗଡେ, ବବି ଦେଓଲ, ମମିତା ବୈଜୁ, ପ୍ରକାଶ ରାଜ, ଗୌତମ ବାସୁଦେବ ମେନନ ଓ ନାରାୟଣ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏଚ୍. ବିନୋଥଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିପାରେ ବୋଲି ଆଶା କରାଯାଉଛି।

