fbpx

ଅଗଷ୍ଟ୧୫ ପୂର୍ବରୁ ଅଘଟଣ:୨ଯବାନ ସହିଦ୍,୩ଆତଙ୍କବାଦୀ ନିହତ

ଶ୍ରୀନଗର:ଜମ୍ମୁ କଶ୍ମୀର ରଜୌରୀ ଠାରେ ଆଜି ସେନା ବାହିନୀ ଆଉ ଆତଙ୍କ ବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହା ସହିତ ୩ ଜଣ ଯବାନ ମଧ୍ୟ ସହିଦ୍ ହୋଇଛନ୍ତି । ଏହି ଗୁଳିବିନିମୟ ସୁରକ୍ଷାକର୍ମୀ ଆଉ ଆତଙ୍କବାଦୀଙ୍କ ମଧ୍ୟ ରେ ହୋଇଥିଲା । ଆତଙ୍କବାଦୀ ସହିତ ମୁହାଁ ମୁହିଁ ହେବା ବେଳେ ୩ଜଣ ଯବାନ ସହିଦ୍ ହୋଇଛନ୍ତି ।

ସୂଚନାମୁତାବକ ଦୁଇ ଆତଙ୍କବାଦୀ ଦାରହଲ ପୋଲିସ ଷ୍ଟେସନ ଠାରୁ ୬ କିମି ଦୁରରେ ଅବସ୍ଥିତ ପାରଗାଲରେ ସେନା ଶିବିରର ବାଡ ପାର ହେଉଥିବାର ନଜର ଆସିଥିଲେ । ଗମନାଗମନ ସ୍ଥଳରେ ଛିଆ ହୋଇଥିବା ଜଣେ ସୈନିକଙ୍କ ଠାରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏବଂ ଏହି ଗୁଳିବିନିମୟରେ ୨ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏଥିରେ ପାଞ୍ଚଜଣ ସେନାକର୍ମଚାରୀ ମଧ୍ୟ ଆହାତ ହୋଇଛନ୍ତି । ଏବଂ ସେନା ତରଫରୁ ସୂଚନା ଦିଆ ଯାଇଛି ଯେ ଏହି ଅପରେସନରେ ତିନିଜଣ ଯବାନ ସହିଦ୍ ହୋଇଛନ୍ତି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.