fbpx

ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଦୁଇ ଦିନିଆ ଗସ୍ତ ଆସି ଭାରତରେ ପହଞ୍ଚିଛନ୍ତି, ସ୍ୱାଗତ କଲେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର

ନୂଆଦିଲ୍ଲୀ ; ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ସୋମବାର ଦୁଇ ଦିନିଆ ଗସ୍ତରେ ଆସି ସୋମବାର ଦିନ ଭାରତରେ ପହଞ୍ଚିଛନ୍ତି। ଦିଲ୍ଲୀର ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କିଶିଦାଙ୍କୁ ସ୍ୱାଗତ କରିଥିଲେ । କିଶିଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଜାପାନର ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତି ଏବଂ ଏହାର ନୂତନ ପ୍ରତିରକ୍ଷା ଆଭିମୁଖ୍ୟ ଉପରେ ଆଲୋଚନା କରିବେ। ଉଭୟ ପ୍ରଧାନମନ୍ତ୍ରୀ ଏକାଠି ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଥିବା ଗୌତମ ବୁଦ୍ଧଙ୍କ ସମୟର ବାଲ ବୌଦ୍ଧି ବୃକ୍ଷ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପନ୍ଦର ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦିଲ୍ଲୀ ଗସ୍ତ ସମୟରେ ପ୍ରଥମେ ଭାରତ-ପ୍ରଶାନ୍ତ ମହାସାଗରୀୟ ସହଯୋଗ ବିଷୟରେ କହିଥିଲେ।

ସୂଚନାଯୋଗ୍ୟ , ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । କିଶିଦା ଫୁମିଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ୱାର୍ଲ୍ଡ ଆଫେୟାର୍ସ (ଆଇସିଡବ୍ଲ୍ୟୁଏ) ଦ୍ୱାରା ଆୟୋଜିତ ଏହି ଆଲୋଚନାରେ ଇଣ୍ଡୋ-ପାସିଫିକ୍ ଯୋଜନାର ରୂପରେଖ ଉପରେ ଉପସ୍ଥାପନ କରିବେ । ଯେଉଁଥିରେ ଭାରତଜାପାନର ବନ୍ଧୁତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେବ ।

ଆଞ୍ଚଳିକ ଶାନ୍ତି ବଜାୟ ରଖିବା ପାଇଁ ମୁକ୍ତ ଏବଂ ଖୋଲା ଇଣ୍ଡୋ-ପାସିଫିକ୍ ଅଞ୍ଚଳ ସହିତ ଏହା ଏକ ଯୋଜନା ହେବ । ନୂତନ ଇଣ୍ଡୋ-ପାସିଫିକ୍ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ସମଗ୍ର ଅଞ୍ଚଳରେ ଚୀନ୍ର ବଢ଼ୁଥିବା ପ୍ରଭାବ ଏବଂ ବିସ୍ତାରବାଦୀ ଆଭିମୁଖ୍ୟକୁ ସନ୍ତୁଳିତ କରିବା । ଏହା ସହିତ ବିକାଶଶୀଳ ଦେଶମାନଙ୍କୁ ଏହି କ୍ଷେତ୍ରରେ ବିକାଶ ଏବଂ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଅଧିକ ବିକଳ୍ପ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ । ଗତ ବର୍ଷ ସିଙ୍ଗାପୁରର ସାଙ୍ଗ୍ରି ଲା ସଂଳାପରେ କିଶିଦା ଫୁମିଓ ପ୍ରଥମ ଥର ପାଇଁ ଇଣ୍ଡୋ-ପାସିଫିକ୍ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ସେ ଏହାକୁ ୨୦୨୩ର ବସନ୍ତ ଋତୁରେ ବିଶ୍ୱରେ ଉପସ୍ଥାପନ କରିବେ ।

ସେତେବେଳେ ସେ କହିଥିଲେ ଯେ ଆସନ୍ତା ବସନ୍ତ ସୁଦ୍ଧା ଶାନ୍ତି ପାଇଁ ଏକ ମୁକ୍ତ ଏବଂ ଖୋଲା ଇଣ୍ଡୋ-ପାସିଫିକ୍ ଯୋଜନା ପାଇଁ ସେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ, ଯାହା ଏହି ଅଞ୍ଚଳକୁ ମୁକ୍ତ ଏବଂ ଖୋଲା ରଖିବା ପାଇଁ ଜାପାନର ପ୍ରୟାସକୁ ଦୃଢ଼ କରିବ । ଏହା ଅଧୀନରେ ପାଟ୍ରୋଲିଂ ଜାହାଜ ଯୋଗାଇବା ସହିତ ଖୋଲା ସମୁଦ୍ର ସମ୍ବନ୍ଧରେ ଆନ୍ତର୍ଜାତୀୟ ନିୟମ ଅନୁସରଣ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହା ଅଧୀନରେ ସାଇବର ସୁରକ୍ଷା, ଡିଜିଟାଲ ଏବଂ ସବୁଜ ପଦକ୍ଷେପ ସହିତ ଅର୍ଥନୈତିକ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯିବ ।

Get real time updates directly on you device, subscribe now.