fbpx

ପୁର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ। ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କର ୯୦ ବର୍ଷ ବୟସରେ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। ବ୍ରହ୍ମପୁର ଏବଂ କଟକରୁ ସାଂସଦ ଥିଲେ ଜୟନ୍ତୀ ପଟ୍ଟନାୟକ। ସେ ପ୍ରଥମ ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ। ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଜୟନ୍ତୀ ଏହି ଦାୟିତ୍ୱ ତୁଲାଇଥିଲେ। ୯୦ ବର୍ଷ ବୟସରେ ଦେହାନ୍ତ କରିଛନ୍ତି ବୋଲି ଓପିସିସିର ପୂର୍ବତନ ମୁଖ୍ୟ ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଜଣେ ସମାଜସେବୀ ଭାବରେ ସେ ସୁପରିଚିତ ଥିଲେ। ତାଙ୍କ ସମୟରେ କଂଗେସ ମହିଳା ନେତୃତ୍ୱ ମାନଙ୍କ ମଧ୍ୟରେ ସେ ଖୁବ୍ ଲୋକପ୍ରିୟ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସେ ଜଣେ ସକ୍ରିୟ ସାଂସଦ ଭାବରେ ପରିଚିତ ଥିଲେ।

 

 

Get real time updates directly on you device, subscribe now.