fbpx

ଆଜିଠାରୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୨୩ା୨ (ଓଡିଶା ଭାସ୍କର): ଆଜିଠାରୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପରୀକ୍ଷା ଅନୁଷ୍ଠିତ ହେବ । ୪ଟି ପର୍ଯ୍ୟାୟରେ ସାରା ଦେଶରୁ ୨୨ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ଅନଲାଇନ ଜରିଆରେ ରାଜ୍ୟର ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗନେବେ । କେବଳ ଫେବୃଆରୀ ମାସରେ ୬.୬୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ୨ଟି ସିଟିଂରେ ପରୀକ୍ଷା କରାଇବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ । ଏଣିକି ବର୍ଷକୁ ୪ ଥର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବାର ସୁଯୋଗ ପାଇପାରିବେ । ସର୍ବୋତ୍ତମ ରାଙ୍କକୁ ଆଧାର କରି ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଚଳିତ ବର୍ଷଠାରୁ ଜେଇଇ ମେନ ଆଞ୍ଚଳିକ ଭାଷାରେ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.