fbpx

ଜୁଲାଇ ୨୦ରୁ JEE ମେନ୍

ନୂଆଦିଲ୍ଲୀ: JEE ମେନ୍ ପରୀକ୍ଷା ତାରିଖ ଆଜି ଘୋଷଣା ହୋଇଛି । ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ଜେଇଇ ମେନ୍ ସେସନ୍-୩ ପରୀକ୍ଷା ହେବ । ସେହିପରି ଜେଇଇ ମେସନ୍-୪ ପରୀକ୍ଷା ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି ।

ତେବେ କରୋନା ଯୋଗୁ ଯେଉଁ ଛାତ୍ରଛାତ୍ରୀ ମାନେ ରେଜିଷ୍ଟର୍ କରିପାରିନଥିଲେ, ସେମାନେ ପୁଣିଥରେ ଆବେଦନ କରିପାରିବେ। ତୃତୀୟ ସେସନ୍ ପାଇଁ ଆବେଦନ ଜୁଲାଇ ୬ରୁ ଜୁଲାଇ ୮ ତାରିଖ ଭିତରେ କରିପାରିବେ। ସେହିପରି ଚତୁର୍ଥ ସେସନ୍ ପାଇଁ ଜୁଲାଇ ୯ରୁ ୧୨ ତାରିଖ ଭିତରେ ଆବେଦନ କରିପାରିବେ। ରେଜିଷ୍ଟ୍ରେସନ୍ ସମୟରେ ପ୍ରାର୍ଥୀମାନେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ମଧ୍ୟ ବଦଳାଇ ପାରିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.