fbpx

ଜର୍ଜ ଫ୍ଲଏଡ ମୃତ୍ୟୁ ମାମଲାରେ ପୂର୍ବତନ ପୋଲିସ ଅଧିକାରୀ ଦୋଷୀ ସାବ୍ୟସ୍ତ

ଆମେରିକାରେ ଗତ ବର୍ଷ ହୋଇଥିବା ପ୍ରଦର୍ଶନ ସମୟରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ହତ୍ୟା ମାମଲାରେ ମିନିୟାପୋଲିସର ପୂର୍ବତନ ଅଧିକାରୀ ଡେରେକ ଚଉଭିନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  । ଏହି ମାମଲାରେ ତାଙ୍କୁ ଦଶ ବର୍ଷ ଜେଲ ଦଣ୍ଡ ହୋଇପାରେ । ଅଭିଯୋଗ ଅନୁଯାୟୀ ୪୬ ବର୍ଷୀୟ ଫ୍ଲାଏଡଙ୍କ ବେକ ଉପରେ ଚଉଭିନ  ୯ ମିନିଟ ୨୯ସେକେଣ୍ଡ ପର୍ଯ୍ୟନ୍ତ ଆଣ୍ଠୁ ଦାବି ରଖିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

୬ ଜଣ ଶ୍ୱେତ ଏବଂ ୬ ଜଣ ଅଶ୍ୱେତ ବ୍ୟକ୍ତିଙ୍କ ଖଣ୍ଡପୀଠ ପ୍ରାୟ ୧୦ ଘଣ୍ଟା ଧରି ବିଚାର ବିମର୍ଶ କରିବା ପରେ ଫଇସଲା ଶୁଣାଇଛନ୍ତି । ଚଉଭିନ ସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅଦାଲତର ଏହି ରାୟ ପରେ ଚଉଭିନଙ୍କ ଜାମିନ ଆବେଦନ ଖାରଜ ହୋଇଛି । ସେପଟେ ରାୟ ଶୁଣାଇଥିବା ଖଣ୍ଡପୀଠଙ୍କ ନାମ ମଧ୍ୟ ଘୋଷଣା କରାଯାଇନାହିଁ ।

କ’ଣ ଥିଲା ଏହି ଘଟଣାକ୍ରମ;

୪୬ ବର୍ଷିୟ ଫ୍ଲଏଡ୍ ଗତ ବର୍ଷ ମେ ୨୫ ରେ ସିଗାରେଟ୍ ପ୍ୟାକେଟ୍ ପାଇଁ ୨୦ ଡଲାର ନକଲି ନୋଟ୍ ଚଳାଉଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାରୁ ଫ୍ଲଏଡଙ୍କୁ ତଳେ ପକାଇ ତାଙ୍କ ବେକ ଉପରେ ପୋଲିସ ଆଣ୍ଠୁ ମାଡି ବସିପଡିଥିଲା ଏହି ମାମଲାର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଲଗାତାର କହୁଥିଲେ କି ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି, ଏବଂ ସେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହାଁନ୍ତି । ଏହି ପୂରା ମାମଲାର ଭିଡିଓ ଭାଇରାଲ ହେବା ପରେ ଆମେରିକାରେ ବିଦ୍ରୋହ ଆରମ୍ଭ ହୋଇଯାଇଥିଲା । ପୋଲିସର ଏମିତି ଅମାନୁଷିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆମେରିକାର ଅନେକ ସହରରେ ବ୍ୟାପକ ଭାବେ ହିଂସାତ୍ମକ ଆନ୍ଦୋଳନ ଘଟିଥିଲା ।

Get real time updates directly on you device, subscribe now.