fbpx

Jhalak Dikhhla Jaa 10: ଗୁଞ୍ଜନ-ତେଜସ ପିନ୍ଧିଲେ ବିଜୟ ମୁକୁଟ, ପୁରସ୍କାର ବାବଦକୁ ମିଳିଲା ଲକ୍ଷ ଲକ୍ଷ

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି । ‘ଝଲକ ଦିଖଲା ଜା ୧୦’ର ୱିନରଙ୍କ ନାମ ଘୋଷଣା କରାଯାଇଛି । ୮ ବର୍ଷୀୟ ଗୁଞ୍ଜନ ସିହ୍ନା ଓ ୧୨ ବର୍ଷୀୟ ତେଜସ ବର୍ମା ଏହି ରିୟଲିଟି ଶୋ’ର ଟ୍ରଫି ଜିତିଛନ୍ତି । ଏହି ବିଜୟ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । କମ୍ ବୟସରେ ଗୁଞ୍ଜନ ଓ ତେଜସ ଡ୍ୟାନ୍ସ ରିୟଲିଟି ଶୋ’ରେ ବିଜୟୀ ହୋଇ ସମସ୍ତଙ୍କୁ ସରପ୍ରାଇଜ୍ ଦେଇଛନ୍ତି ।

ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଦୁଇ ଲିଟିଲ ଚାମ୍ପିୟନଙ୍କୁ ଶୋ’ର ୱିନର ଭାବେ ଘୋଷିତ କରିଥିଲେ । ପ୍ରାଇଜ୍ ମନି ଭାବେ ଗୁଞ୍ଜନ ଓ ତେଜସ ୨୦ ଲକ୍ଷ ଟଙ୍କା ଜିତିଛନ୍ତି । ଖତରୋଂ କେ ଖିଲାଡ଼ି ପରେ ରୁବୀନା ଦିଲୈକ ଏହ ଶୋ’ର ଟ୍ରଫି ପାଇବାରୁ ବଞ୍ଚିତ ହୋଇଛନ୍ତି । ସେ ଶୋ’ର ଟପ-୩ରେ ନିଜର ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଥିଲେ । ମାତ୍ର ବିଜେତା ହୋଇ ପାରିନଥିଲେ ।

୮ ବର୍ଷୀୟ ଗୁଞ୍ଜନ ୨୦୧୪ରେ ଆସାମର ଗୁଆହାଟୀରେ ଜନ୍ମଗ୍ରହଣ କରିଥିଲେ । ଏହା ପୂର୍ବରୁ ଗୁଞ୍ଜନ ଡ୍ୟାନ୍ସ ଦିବାନେ ସିଜିନ ୩ରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ମାତ୍ର ବିଜେତା ହୋଇପାରି ନଥିଲେ । ସେହିପରି ୧୨ ବର୍ଷୀୟ ତେଜସ ମାତ୍ର ୪ ବର୍ଷ ବୟସରୁ ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ । ତାଙ୍କର ପିତା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାମ କରନ୍ତି । ତେଜସ ଏକ ମଧ୍ୟବିତ୍ତ ପରିବାରରୁ ଆସିଥିଲେ ହେଁ ତାଙ୍କର ପିତାମାତା ତାଙ୍କୁ କେବେ ଗରିବୀର ଅନୁଭବ କରିବାକୁ ଦେଇନଥିଲେ । ସେ ବୋଜି ୱଜି ଶୋ’ ମାଧ୍ୟମରେ ନିଜର ଡ୍ୟାନ୍ସିଂ କ୍ୟାରିୟର ଆରମ୍ଭ କରିଥିଲେ ।

Get real time updates directly on you device, subscribe now.