fbpx

ଝରାଫୁଲ ମୃତ୍ୟୁ ଘଟଣା: ଗେଷ୍ଟ ହାଉସରେ ଯାଞ୍ଚ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ । ଏହାରି ମଧ୍ୟରେ ଝରାଫୁଲ ଗତ ୨୬ ତାରିଖରେ ରହିଥିବା ଗେଷ୍ଟ ହାଉସରେ ଯାଞ୍ଚ ଆରମ୍ଭ କରିଛି ପୋଲିସ । ଧର୍ମବିହାର ଶିବସାହି ଗେଷ୍ଟ ହାଉସ ବା ଓୟୋ ରୁମରେ ପୋଲିସ ଚଢାଉ କରିଛି । ଝରାଫୁଲ ଯେଉଁ ରୁମରେ ରହିଥିଲେ, ତାର ଯାଞ୍ଚ କରୁଛି ପୋଲିସ । ଗେଷ୍ଟ ହାଉସରେ ରେଜିଷ୍ଟର ଯାଞ୍ଚ କରୁଛି କୁଆଖିଆ ଥାନା ପୋଲିସ । ଏହା ସହ ପୋଲିସ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି । ଗେଷ୍ଟ ହାଉସରେ ଏସଡିପିଓ, ଆଇଆଇସି ଓ ସାଇଣ୍ଟିଫିକ ଟିମ୍ ଉପସ୍ଥିତ ଅଛନ୍ତି ।

ତେବେ ଯାଜପୁର କୁଆଖିଆ ମୂଳାପାଳ ଛକ ନିକଟରୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା । ୨ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା ଦେଇଥିଲେ ।

Get real time updates directly on you device, subscribe now.