ଜଙ୍ଗଲରେ ଖେଳୁଥିଲେ ରକ୍ତର ହୋଲି, ଏବେ ପୋଲିସ ପଞ୍ଝାରେ

ଗିରଫ ହୋଇଥିବା ୩ ଜଣ ନକ୍ସଲ ଦୀର୍ଘଦିନ ଧରି ସୁରକ୍ଷା କର୍ମୀଙ୍କ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲେ। ଶେଷରେ ସୁରକ୍ଷା କର୍ମୀ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି

ରାଞ୍ଚି: ଜଙ୍ଗଲରେ ରକ୍ତର ହୋଲି ଖେଳୁଥିଲେ। ଏବେ କିନ୍ତୁ ପୋଲିସ ପଞ୍ଝାରେ ୩ ହାର୍ଡକୋର ନକ୍ସଲ। ଝାଡ଼ଖଣ୍ଡ ପୁଲିସ ଓ ସିଆରପିଏଫ୍କୁ ଏମାନଙ୍କୁ ଧରିବାରେ ସଫଳ ହୋଇଛି। ସରାଇକେଲା-ଖରସାୱାନ ଜିଲ୍ଲାରେ ମିଳିତ ଅଭିଯାନ ବେଳେର ୩ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଏହି ତିନିଜଣଙ୍କ ମୁଣ୍ଡ ଉପରେ ମୋଟ ୨୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

Uttarakhand Govt.

ଗିରଫ ନକ୍ସଲମାନଙ୍କ ମଧ୍ୟରେ ଅଛନ୍ତି ମଦନ ମହତୋ। ତାଙ୍କ ନାଁରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଠିକ୍ ସେହିପରି ଆଉ ଜଣେ ନକ୍ସଲ ହେଉଛନ୍ତି ରବି ସରଦାର। ତାଙ୍କ ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ଏପରିକି ତାଙ୍କ ପତ୍ନୀ ମୀନାଙ୍କ ନାଁରେ ମଧ୍ୟ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ବହୁ ବିସ୍ଫୋରଣରେ ସାମିଲ ଥିଲେ।

ଗିରଫ ହୋଇଥିବା ୩ ଜଣ ନକ୍ସଲ ଦୀର୍ଘଦିନ ଧରି ସୁରକ୍ଷା କର୍ମୀଙ୍କ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲେ। ଶେଷରେ ସୁରକ୍ଷା କର୍ମୀ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୁରକ୍ଷା ବଳ ସେମାନଙ୍କ ନିକଟରୁ ଏକ ଏକେ-୪୭ ରାଇଫଲ, ଏକ ପିସ୍ତଲ, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ନକ୍ସଲ କାର୍ଯ୍ୟକଳାପ ସମ୍ବନ୍ଧୀୟ ଦସ୍ତାବିଜ ଓ ସାମଗ୍ରୀ ମଧ୍ୟ ଜବତ କରିଛି। ଆଗକୁ ମଧ୍ୟ ଏହି ଅପରେସନ୍ ଚାଲିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।