fbpx

ଶାଳୀକୁ ୧୧ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭିଣୋଇ, ମନାକଲେ ଭିଡିଓ ଦେଖାଇ…

ବିହାର: ବିହାରର ପଶ୍ଚିମ ଚମ୍ପାରନ୍ ଜିଲ୍ଲାରୁ ଭିଣୋଇ-ଶାଳୀଙ୍କ ସମ୍ପର୍କକୁ କଳଙ୍କିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ବ୍ୟକ୍ତି ଭିଣୋଇ-ଶାଳୀର ସମ୍ପର୍କକୁ ପଛରେ ପକାଇ ନାବାଳିକା ସହିତ ୧୧ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲା । ଶେଷରେ ପୀଡିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଭିଣୋଇକୁ ପୋଲିସ ଗିରଫ କରିଛି ।

ତେବେ ପୀଡିତା ଜଣକ ଥାନାରେ ଅଭିଯୋଗ କରିବାକୁ ମାମଲାର ଖୁଲାସା ହୋଇଥିଲା । ଅଭିଯୋଗ କରିଥିବା ପୀଡିତାଙ୍କ କହିବା ମୁତାବକ, ବର୍ଷ ବର୍ଷ ଧରି ତାଙ୍କ ଭିଣୋଇ ଯୌନ ଶୋଷଣ କରୁଥିଲା । ଏବେ ବ୍ୟକ୍ତି ଜଣକ ବାହାହେବାକୁ ବାଧ୍ୟ କରିବାକୁ ପୀଡିତା ମନା କରିଥିଲେ । ଏହାପରେ ଅଭିଯୁକ୍ତ ଜଣକ ଝିଅର ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା । କିନ୍ତୁ ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତ ଭିଣୋଇକୁ ଗିରଫ କରି ଜେଲରେ ରଖିଛନ୍ତି ।

ପୀଡିତାଙ୍କ କହିବା ଅନୁସାରେ, ଯେବେ ସେ ମାତ୍ର ୧୧ ବର୍ଷର ଥିଲେ, ସେବେ ଭିଣୋଇର ଲୋଲୁପ ଦୃଷ୍ଟି ପଡିଥିଲା । ଏହା ପରେ ଭିଣୋଇ ଜୋର ଜବରଦସ୍ତ ଶାଳୀ ସହିତ ଶାରୀରିକ ସମ୍ପର୍କ ରଖୁଥିଲା । ପରେ ବାହାହେବାକୁ ଚାପ ପକାଇବା ଆରମ୍ଭ କରିଥିଲା ଓ ଏପରି ନକଲେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲା । କେବଳ ଏତିକି ନୁହେଁ, ସେ ତାଙ୍କ ପିତା ଓ ଭାଇଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା । ପୀଡିତାଙ୍କ ଅଭିଯୋଗ ପରେ ଏବେ ଭିଣୋଇ ଧରି ଜେଲରେ ପୁରାଇଛି ପୋଲିସ ।

Get real time updates directly on you device, subscribe now.