JIO ୟୁଜର୍ସଙ୍କ ବଲ୍ଲେ ବଲ୍ଲେ, ‘Jio Home Packs’ରେ ମାତ୍ର ୪୦୦ ଟଙ୍କାରେ ମିଳିବ ଟିଭି, ୱାଇ-ଫାଇ ଏବଂ OTT ର ବମ୍ପର ଲାଭ

JIO ୟୁଜର୍ସଙ୍କ ବଲ୍ଲେ ବଲ୍ଲେ, 'Jio Home Packs'ରେ ମାତ୍ର ୪୦୦ ଟଙ୍କାରେ ମିଳିବ ଟିଭି

ଓଡ଼ିଶା ଭାସ୍କର ଡେସ୍କ: ଯଦି ଆପଣ ଘର ପାଇଁ ନୂଆ ଟିଭି, ୱାଇ-ଫାଇ କିମ୍ବା OTT ପ୍ଲାନ୍ ନେବାକୁ ଚିନ୍ତା କରୁଛନ୍ତି, ତେବେ ରିଲାଏନ୍ସ ଜିଓ ଆପଣଙ୍କ ପାଇଁ ଅନେକ ନୂଆ ବିକଳ୍ପ ନେଇ ଆସିଛି। କମ୍ପାନୀ ନୂଆ ‘Jio Home Packs’ ଲଞ୍ଚ କରିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ମାସକୁ ୪୦୦ ଟଙ୍କା ରଖାଯାଇଛି।

ବିଭିନ୍ନ ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ପ୍ଲାନ୍‌ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଆପଣଙ୍କୁ କେବଳ ଟିଭି ଦରକାର, କେବଳ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଦରକାର କିମ୍ବା ଟିଭି, ଇଣ୍ଟରନେଟ୍ ଓ OTT ର ସମ୍ପୂର୍ଣ୍ଣ ପ୍ୟାକେଜ୍ ଦରକାର, ସବୁ ପ୍ରକାରର ଉପଭୋକ୍ତାଙ୍କ ପାଇଁ ଅଲଗା ଅଲଗା ପ୍ଲାନ୍ ଉପଲବ୍ଧ ରହିଛି।

୪୦୦ ଟଙ୍କାର ବେସିକ୍ TV ପ୍ଲାନ୍: ଯଦି ଆପଣଙ୍କ ଘରେ ଇଣ୍ଟରନେଟର ଅଧିକ ଆବଶ୍ୟକତା ନାହିଁ ଏବଂ ଆପଣ କେବଳ ଟିଭି ଦେଖିବାକୁ ଚାହୁଁଛନ୍ତି, ତେବେ ଜିଓର ୪୦୦ ଟଙ୍କିଆ ବେସିକ୍ ପ୍ଲାନ୍ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ। ଏହି ପ୍ଲାନରେ ୧୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଦେଖିବାର ସୁବିଧା ମିଳିଥାଏ।

ଏହା ସହିତ ଲାଇଭ୍ ଟିଭିକୁ ପ୍ଲେ ଏବଂ ପଜ୍ କରିବାର ଫିଚର ମଧ୍ୟ ଦିଆଯାଇଛି। ଏତିକି ନୁହେଁ, ଟିଭିରେ YouTube ମଧ୍ୟ ଚଲାଯାଇପାରିବ। କମ୍ପାନୀ ନୂଆ ଗ୍ରାହକଙ୍କୁ ୱେଲକମ୍ ଅଫର ଅଧୀନରେ ୧୨ଟି ଏଣ୍ଟରଟେନମେଣ୍ଟ OTT ଆପ୍ସର ଆକ୍ସେସ୍ ମଧ୍ୟ ଦେଉଛି। ଏହି ପ୍ଲାନ୍‌କୁ ୨ ମାସ ପାଇଁ ୧,୦୦୦ ଟଙ୍କା କିମ୍ବା ୫ ମାସ ପାଇଁ ୨,୦୦୦ ଟଙ୍କା ଦେଇ ମଧ୍ୟ ଆକ୍ଟିଭ୍ କରାଯାଇପାରିବ।

Uttarakhand Govt.

କେବଳ Wi-Fi ଦରକାର ଅଛି କି: ଯଦି ଆପଣଙ୍କର କେବଳ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଦରକାର, ତେବେ ଜିଓ ଦୁଇଟି Wifi ପ୍ଲାନ୍ ପରିଚିତ କରାଇଛି। ପ୍ରଥମ ପ୍ଲାନ୍ 30Mbps ସ୍ପିଡ୍ ସହିତ ଆସିଥାଏ, ଯାହା ଦୈନନ୍ଦିନ ବ୍ୟବହାର ପାଇଁ ଉତ୍ତମ ବୋଲି ମନେକରାଯାଏ। ଏହି ପ୍ଲାନରେ ୫ ମାସ ପାଇଁ ୨୨୦୦ ଟଙ୍କା ଦେୟ ଦେଲେ, ଏହା ମାସକୁ ୪୫୦ ଟଙ୍କା ପଡ଼ିଥାଏ।

ସେହିପରି ଅଧିକ ସ୍ପିଡ୍ ଚାହୁଁଥିବା ୟୁଜର୍ସଙ୍କ ପାଇଁ 100Mbps ପ୍ଲାନ୍ ମଧ୍ୟ ଉପଲବ୍ଧ। ଏହାର ମାସିକ ପ୍ଲାନ୍ ମୂଲ୍ୟ ୬୦୦ ଟଙ୍କା ରଖାଯାଇଛି। ଗ୍ରାହକ ଚାହିଁଲେ ୫ ମାସ ପାଇଁ ୩,୦୦୦ ଟଙ୍କା ଦେଇ ମଧ୍ୟ ଏହାକୁ ନେଇପାରିବେ। ଏହି ପ୍ଲାନ୍ ଗେମିଂ ଏବଂ ଏକାସାଙ୍ଗରେ ଏକାଧିକ ଡିଭାଇସ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଭଲ ବିକଳ୍ପ ହୋଇପାରେ।

ଅଲ୍-ଇନ୍-ୱାନ୍ ପ୍ଲାନ୍: ଯଦି ଆପଣ ଗୋଟିଏ ପ୍ଲାନରେ ଟିଭି, ଇଣ୍ଟରନେଟ୍ ଏବଂ OTT ର ଫାଇଦା ଚାହୁଁଛନ୍ତି, ତେବେ ଜିଓ ଦୁଇଟି ଅଲ୍-ଇନ୍-ୱାନ୍ ପ୍ୟାକ୍ ମଧ୍ୟ ଲଞ୍ଚ କରିଛି। ପ୍ରଥମ ପ୍ଲାନ୍ 30 Mbps ସ୍ପିଡ୍ ସହିତ ଆସିଥାଏ, ଯାହାର ମୂଲ୍ୟ ମାସକୁ ୫୫୫ ଟଙ୍କା। ଏଥିରେ ଅନଲିମିଟେଡ୍ ଇଣ୍ଟରନେଟ୍, ହଜାରରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଏବଂ ୧୨ଟି ପ୍ରିମିୟମ୍ OTT ଆପ୍ସର ଆକ୍ସେସ୍ ମିଳିଥାଏ। କମ୍ପାନୀ ଏହି ପ୍ଲାନରେ ୩ ମାସ ପାଇଁ ୨୨୨୨ ଟଙ୍କା ଦେଲେ ୧ ମାସ ଅତିରିକ୍ତ ମାଗଣାରେ ଦେଉଛି।

100 Mbps କମ୍ବୋ ପ୍ଲାନ୍: ଯେଉଁ ୟୁଜର୍ସଙ୍କୁ ଦ୍ରୁତ ଇଣ୍ଟରନେଟ୍ ସ୍ପିଡ୍ ସହିତ ମନୋରଞ୍ଜନ ମଧ୍ୟ ଦରକାର, ସେମାନଙ୍କ ପାଇଁ 100 Mbps ଅଲ୍-ଇନ୍-ୱାନ୍ ପ୍ଲାନ୍ ରହିଛି। ଏହାର ମୂଲ୍ୟ ୭୦୭ ଟଙ୍କା। ଏଥିରେ 100 Mbps ଇଣ୍ଟରନେଟ୍ ସ୍ପିଡ୍, ୧୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଏବଂ ୧୨ଟି OTT ଆପ୍ସର ଆକ୍ସେସ୍ ମିଳିଥାଏ। କମ୍ପାନୀ ଏହି ପ୍ଲାନରେ ୨୧୨୨ ଟଙ୍କାର ରିଚାର୍ଜ କଲେ ୨ ମାସ ସହିତ ୧ ମାସ ଫ୍ରି ଦେଉଛି।

ମିଳିବ ଡୋରଷ୍ଟେପ୍ ସର୍ଭିସ୍: ଜିଓ ପକ୍ଷରୁ କୁହାଯାଇଛି ଯେ, ନୂଆ Home Packs ନେଉଥିବା ଗ୍ରାହକଙ୍କୁ ଇନଷ୍ଟଲେସନ୍ ଏବଂ ମେଣ୍ଟେନାନ୍ସ ଭଳି ଡୋରଷ୍ଟେପ୍ ସେବା ମଧ୍ୟ ଯୋଗାଇ ଦିଆଯିବ। ଅର୍ଥାତ୍ ନୂଆ କନେକ୍ସନ୍ ଲଗାଇବା ଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ କୌଣସି ବୈଷୟିକ ସହାୟତା ଆବଶ୍ୟକ ହେଲେ କମ୍ପାନୀ ପକ୍ଷରୁ ଘରେ ହିଁ ସାହାଯ୍ୟ ମିଳିଯିବ।