ଜିଓର ଦମ୍‌ଦାର ପ୍ଲାନ୍‌: ୫୫ ଟଙ୍କାରେ ଦେଖିପାରିବେ୧୦୦ରୁ ଅଧିକ ଟିଭି ଚ୍ୟାନେଲ

ଜିଓ ଚୁପଚାପ୍ ଏକ ନୂଆ ବଜେଟ୍-ଫ୍ରେଣ୍ଡଲି ‘ଜିଓ ଟିଭି ପ୍ରୋ ପେକ୍‌’ ଲଞ୍ଚ କରିଛି। ଯାହାର ମୂଲ୍ୟ ମାତ୍ର ୫୫ ଟଙ୍କା

ମୁମ୍ବାଇ: ମହଙ୍ଗା ମାଡ଼ ଭିତରେ ଭାରତର ବେସରକାରୀ ଟେଲିକମ୍ କମ୍ପାନୀ ଜିଓ ଆଉ ଥରେ ନିଜର ନୂଆ ରିଚାର୍ଜ ପ୍ୟାକ ସହ ସମସ୍ତଙ୍କୁ ଚକିତ କରିଦେଇଛି। ଯଦି ଆପଣ ନିଜ ସ୍ମାର୍ଟଫୋନରେ ଟିଭି ଶୋ’, ସିରିଏଲ୍ ଓ ଲାଇଭ୍ ଚ୍ୟାନେଲ୍ ଦେଖିବାକୁ ଭଲ ପାଆନ୍ତି, ତେବେ ଜିଓ ଆପଣଙ୍କ ପାଇଁ ଏକ ବହୁତ ଶସ୍ତା ଏବଂ ଦମଦାର୍ ପ୍ୟାକ ଦେଉଛି।

ଜିଓ ଚୁପଚାପ୍ ଏକ ନୂଆ ବଜେଟ୍-ଫ୍ରେଣ୍ଡଲି ‘ଜିଓ ଟିଭି ପ୍ରୋ ପେକ୍‌’ ଲଞ୍ଚ କରିଛି। ଯାହାର ମୂଲ୍ୟ ମାତ୍ର ୫୫ ଟଙ୍କା। କମ୍ପାନୀର ଏହି ଛୋଟ ପ୍ୟାକରେ ୟୁଜର୍ସଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ସମ୍ପୂର୍ଣ୍ଣ ୧,୦୦୦ରୁ ଅଧିକ ଲାଇଭ ଟିଭି ଚ୍ୟାନେଲର ଆକ୍ସେସ ମିଳୁଛି। ଜିଓର ଏହି ପ୍ଲାନ ଅଧୀନରେ ୟୁଜର୍ସ ଜିଓ ଟିଭି ମୋବାଇଲ ଆପ ଜରିଆରେ ୧,୦୦୦ରୁ ଅଧିକ ଲାଇଭ ଟିଭି ଚ୍ୟାନେଲର ଲାଭ ଉଠାଇ ପାରିବେ। ଏହି ବଜେଟ୍-ଫ୍ରେଣ୍ଡଲି ପ୍ଲାନ୍ ଜିଓର ପ୍ରିପେଡ୍ ଓ ପୋଷ୍ଟପେଡ୍, ଉଭୟ ପ୍ରକାରର ଗ୍ରାହକଙ୍କ ପାଇଁ ଉପଲବ୍ଧ କରିଛି। କିନ୍ତୁ ଧ୍ୟାନ ଦେବା କଥା ହେଉଛି; ଏହି ‘ଜିଓ ଟିଭି ପ୍ରୋ’ ପ୍ୟାକ୍‌ରେ ଭଏସ୍ କଲିଂ, ଏସ୍‌ଏମ୍‌ଏସ୍ କିମ୍ବା ମୋବାଇଲ୍ ଡେଟାର କୌଣସି ସୁବିଧା ମିଳିବ ନାହିଁ।

୫୫ ବାଲା ଜିଓଟିଭି ପ୍ରୋ ପ୍ୟାକ୍‌ର ଫାଇଦା

ଜିଓର ଏହି ନୂଆ ୫୫ ବାଲା ଜିଓଟିଭି ପ୍ରୋ ପ୍ୟାକ୍‌ର ବୈଧତା ୩୦ ଦିନ ପାଇଁ ରହିଛି। ଏହା ସାହାଯ୍ୟରେ ୟୁଜର୍ସ ନିଜ ସ୍ମାର୍ଟଫୋନରେ ଜିଓଟିଭି ଆପ୍ ମାଧ୍ୟମରେ ୧୬ରୁ ଅଧିକ ଭାଷାରେ ୧,୦୦୦ ଲାଇଭ ଟିଭି ଚ୍ୟାନେଲ୍ ଦେଖିପାରିବେ। ଏହି ନୂଆ ରିଚାର୍ଜ ପ୍ଲାନକୁ ଅନଲାଇନ ଓ ଅଫଲାଇନ୍, ଉଭୟ ଉପାୟରେ ରିଚାର୍ଜ କରାଯାଇପାରିବ।

ଜିଓ ଅନୁଯାୟୀ, ଏହି ପ୍ଲାନରେ ୧୫୦ରୁ ଅଧିକ ପ୍ରିମିୟମ୍ ଚ୍ୟାନେଲ୍ ମିଳିବ। ଯେଉଁଥିରେ StarPlus HD, Colors HD, Sony Entertainment Television HD, Discovery I Animal Planet ଭଳି ଚ୍ୟାନେଲ୍ ସାମିଲ ରହିଛି। ଏହା ସହିତ ଜିଓ ଷ୍ଟାର, ସୋନି ଏଣ୍ଟରଟେନମେଣ୍ଟ, ସନ୍ ଟିଭି ନେଟୱର୍କ, ୱାର୍ଣ୍ଣର ବ୍ରଦର୍ସ ଡିସକଭରି ଭଳି ବ୍ରଡକାଷ୍ଟରଙ୍କ ଚ୍ୟାନେଲ୍ ମଧ୍ୟ ଏହି ୫୫ ପ୍ୟାକ୍‌ରେ ରହିଛି। ହେଲେ, ଏହି ପ୍ଲାନରେ ଜିଓଷ୍ଟାର ଓ ସୋନିର ଲାଇଭ ସ୍ପୋର୍ଟସ ଚ୍ୟାନେଲ୍ ଗୁଡ଼ିକର ଆକ୍ସେସ୍ ମିଳିବ ନାହିଁ।

କିପରି ଆକ୍ଟିଭେଟ୍ କରିବେ?

ଜିଓ ଅନୁଯାୟୀ, ଏହି ପ୍ରୋ ପ୍ୟାକ୍‌କୁ ଅଲଗା ଭାବରେ ଆକ୍ଟିଭେଟ କରିବାର କୌଣସି ଆବଶ୍ୟକତା ନାହିଁ। ୫୫ର ରିଚାର୍ଜ କରିବା ପରେ ୟୁଜର୍ସଙ୍କୁ କେବଳ ଜିଓ ଟିଭି ଆପ୍ ଖୋଲିବାକୁ ହେବ। ନିଜ ଜିଓ ମୋବାଇଲ୍ ନମ୍ବର ସହିତ ସାଇନ ଇନ୍ କରିବାକୁ ପଡ଼ିବ। ଯାହା ପରେ ସେମାନେ ତୁରନ୍ତ ଷ୍ଟ୍ରିମିଂ ଆରମ୍ଭ କରିପାରିବେ। ରିଚାର୍ଜ ହେବା ମାତ୍ରେ ସମସ୍ତ ପ୍ରିମିୟମ୍ ଚ୍ୟାନେଲ୍ ତୁରନ୍ତ ଉପଲବ୍ଧ ହୋଇଯିବ।

ଜିଓର ଏହି ପ୍ୟାକ୍‌ରେ କୌଣସି ଭଏସ୍, ଡେଟା କିମ୍ବା ଏସଏମଏସ ସୁବିଧା ଅନ୍ତର୍ଭୁକ୍ତ ନାହିଁ। ଏହି ସବସ୍କ୍ରିପସନକୁ ଜିଓଟିଭି ଆପ ଜରିଆରେ କେବଳ ଗୋଟିଏ ମୋବାଇଲ ଡିଭାଇସରେ ଚଲାଯାଇପାରିବ। ଏହା ସହିତ ୟୁଜର ଏହି ପ୍ୟାକ୍‌ରୁ ଏକାଧିକ ଥର ରିଚାର୍ଜ କରିପାରିବେ। ଯାହାଫଳରେ ପରବର୍ତ୍ତୀ ସବସ୍କ୍ରିପସନ୍ ଲାଇନରେ ରହିଯିବ। ବର୍ତ୍ତମାନର ୩୦ ଦିନର ବୈଧତା ଶେଷ ହେବା ପରେ ଆପେ ଆପେ ଆକ୍ଟିଭେଟ ହୋଇଯିବ।