ଜିଓର ଶସ୍ତା ବାର୍ଷିକ ରିଚାର୍ଜ ପ୍ଲାନ୍: ମିଳିବ ଅନଲିମିଟେଡ୍ କଲିଂ, ଡାଟା ସହ OTT ର ମାଗଣା ସୁବିଧା

ଜିଓ ଆଣିଲା ମସ୍ତ ପ୍ଲାନ୍, ବର୍ଷେ ଯାଏଁ ମିଳିବ ମାଗଣା କଲିଂ...

ଓଡ଼ିଶା ଭାସ୍କର ଡେସ୍କ: ରିଲାଏନ୍ସ ଜିଓ ନିକଟରେ ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ ରହିଛି, ଯେଉଁଥିରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ ଏବଂ ଡାଟା ସମେତ ବହୁତ କିଛି ସୁବିଧା ମିଳିଥାଏ। ଜିଓ ପାଖରେ ବର୍ଷ ତମାମ ଚାଲୁଥିବା ଏକ ଶସ୍ତା ‘ଭାଲ୍ୟୁ ପ୍ଲାନ୍’ ରହିଛି, ଯେଉଁଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ ଭଏସ୍ କଲିଂ ଏବଂ ମାଗଣା SMS ଭଳି ସୁବିଧା ପ୍ରଦାନ କରାଯାଉଛି। ଏହି ପ୍ଲାନ୍ ବିଶେଷ ଭାବରେ ସେହି ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ କମ୍ ଖର୍ଚ୍ଚରେ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଜ ନମ୍ବର ସକ୍ରିୟ ରଖିବାକୁ ଚାହାଁନ୍ତି।

ଜିଓର ଶସ୍ତା ବାର୍ଷିକ ପ୍ଲାନ୍: ରିଲାଏନ୍ସ ଜିଓ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍‌କୁ ଭାଲ୍ୟୁ ପ୍ୟାକ୍ ବର୍ଗରେ ରଖିଛି। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ପୂରା ୩୩୬ ଦିନର ବୈଧତା ମିଳିଥାଏ। ଏଥିରେ ମିଳୁଥିବା ସୁବିଧା କଥା କହିଲେ, ୟୁଜର୍ସଙ୍କୁ ଅନଲିମିଟେଡ୍ ଭଏସ୍ କଲିଂ, ମାଗଣା ନ୍ୟାସନାଲ୍ ରୋମିଂ ଏବଂ ୩,୬୦୦ଟି ମାଗଣା SMS ର ଲାଭ ମିଳେ।

ତେବେ ଏହି ପ୍ଲାନ୍‌ରେ କୌଣସି ଡାଟା ସୁବିଧା ଉପଲବ୍ଧ ନାହିଁ। ଇଣ୍ଟରନେଟ୍ ବ୍ୟବହାର ପାଇଁ ଗ୍ରାହକମାନେ କମ୍ପାନୀର ଡାଟା ଆଡ୍-ଅନ୍ ପ୍ୟାକ୍ ନେଇପାରିବେ। କମ୍ପାନୀ ଏହାକୁ ଏକ ‘ଭଏସ୍ ଓନ୍‌ଲି ପ୍ୟାକ୍’ ଭାବେ ବଜାରକୁ ଛାଡ଼ିଛି।

ଟ୍ରାଇର ନିର୍ଦ୍ଦେଶ ପରେ ରିଲାଏନ୍ସ ଜିଓ ଦୁଇଟି ଶସ୍ତା ଭଏସ୍ ପ୍ଲାନ୍ ଉପଲବ୍ଧ କରାଇଥିଲା। ଏହି କ୍ରମରେ କମ୍ପାନୀର ୪୪୮ ଟଙ୍କିଆ ପ୍ଲାନ୍‌ରେ ୮୪ ଦିନର ବୈଧତା ମିଳିଥାଏ, ଯେଉଁଥିରେ ଅନଲିମିଟେଡ୍ କଲିଂ ସହିତ ୧୦୦୦ଟି ମାଗଣା SMS ସୁବିଧା ସାମିଲ ରହିଛି।

3-ଇନ୍-1 ରିଚାର୍ଜ ପ୍ଲାନ୍: ଏହା ବ୍ୟତୀତ ରିଲାଏନ୍ସ ଜିଓ ନିକଟରେ ନିଜ ଗ୍ରାହକଙ୍କ ପାଇଁ ‘ଫ୍ରିଡମ୍ ଅଫର୍’ ଅଧୀନରେ ତିନୋଟି ନୂଆ ପ୍ଲାନ୍ ଆଣିଛି, ଯାହା 3-in-1 ବେନିଫିଟ୍ସ ସହ ଆସୁଛି। କମ୍ପାନୀ ୨୦୦ ଟଙ୍କା, ୫୫୦ ଟଙ୍କା ଏବଂ ୨୦୦୦ ଟଙ୍କାର ତିନୋଟି ନୂଆ ପ୍ୟାକ୍ ଲଞ୍ଚ କରିଛି, ଯେଉଁଥିରେ ସର୍ବାଧିକ ୩୬୫ ଦିନ ପର୍ଯ୍ୟନ୍ତ ବୈଧତା ମିଳୁଛି। ଏହି ସମସ୍ତ ପ୍ଲାନ୍‌ରେ ଡାଟା ସହିତ ୧୫ଟି OTT ଆପ୍ ଏବଂ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଦେଖିବାର ମାଗଣା ସୁବିଧା ମିଳୁଛି:

  • ୨୦୦ ଟଙ୍କିଆ ପ୍ଲାନ୍: ଏଥିରେ ୨୮ ଦିନର ବୈଧତା ସହିତ ମୋଟ ୩୦ GB ଡାଟା ମିଳିବ।
  • ୫୫୦ ଟଙ୍କିଆ ପ୍ଲାନ୍: ଏହି ପ୍ଲାନ୍‌ରେ ୮୪ ଦିନର ବୈଧତା ଏବଂ ମୋଟ ୯୦ GB ଡାଟା ଉପଲବ୍ଧ ହେବ।
  • ୨୦୦୦ ଟଙ୍କିଆ ପ୍ଲାନ୍: ଏହି ବାର୍ଷିକ ପ୍ଲାନ୍‌ରେ ଗ୍ରାହକଙ୍କୁ ୩୬୫ ଦିନର ବୈଧତା ଏବଂ ୩୬୫ GB ହାଇ-ସ୍ପିଡ୍ ଡାଟା ପ୍ରଦାନ କରାଯିବ।