fbpx

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ବଢ଼ିଆ ଦରମା, ବଢ଼ିଆ ଚାକିରି

ବ୍ୟାଙ୍କିଂ ସେକ୍ଟରରେ ଚାକିରି କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଦେଶର ବିଭିନ୍ନ ଆରବିଆଇ ଶାଖାମାନଙ୍କରେ ଗ୍ରେଡ-ବି’ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ । ଏଥିପାଇଁ ମେ ମାସ ୯ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ମାସ ୬ ତାରିଖ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ଚାଲିବ ।

ସାଧାରଣ / ଓବିସି / ଓଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀଙ୍କୁ ୮୫୦ ଟଙ୍କା ସହିତ ଜିଏସଟି ଭରଣା କରିବାକୁ ପଡ଼ିବ । ସେହିପରି ଏସସି / ଏସଟି / ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ସହିତ ଜିଏସଟି ପ୍ରଦାନ କରିବାକୁ ପଡ଼ିବ । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରିବାକୁ ପଡ଼ିବ । ଡିଆର-ଜେନେରାଲ ପଦ ପାଇଁ ଫେଜ-୧ ପରୀକ୍ଷା ଜୁଲାଇ ୯ରେ ଓ ଫେଜ-୨ ପରୀକ୍ଷା ଜୁଲାଇ ୩୦ରେ ଅନୁଷ୍ଠିତ ହେବ । ଡିଆର-ଡିଇପିଆର ପଦ ପାଇଁ ଫେଜ-୧ ପରୀକ୍ଷା ଜୁଲାଇ ୧୬ରେ ଓ ଫେଜ-୨ ପରୀକ୍ଷା ସେପ୍ଟେମ୍ବର ୨ରେ ଅନୁଷ୍ଠିତ ହେବ । ସେହିପରି ଡିଆର-ଡିଏସଆଇଏମ ପଦ ପାଇଁ ଫେଜ-୧ ପରୀକ୍ଷା ଜୁଲାଇ ୧୬ରେ ଓ ଫେଜ-୨ ପରୀକ୍ଷା ଅଗଷ୍ଟ ୧୯ରେ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ଟ୍ରେଡରେ ଡିଗ୍ରୀ/ ପିଜି ରହିଥିବା ଆବଶ୍ୟକ । ଡିଆର-ଜେନେରାଲ ପାଇଁ ୨୨୨ଟି, ଡିଆର-ଡିଇପିଆର ପଦ ପାଇଁ ୩୮ଟି ଓ ଡିଆର- ଡିଏସଆଇମ ପଦ ପାଇଁ ୩୧ଟି ପଦ ଖାଲି ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/rbioapr23/

ନୋଟିଫିକେସନ ଲିଙ୍କ: https://opportunities.rbi.org.in/Scripts/bs_viewcontent.aspx?Id=4259

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.rbi.org.in/

Get real time updates directly on you device, subscribe now.