fbpx

ଓଡ଼ିଶା ରାଜ୍ୟ ବିହନ ନିଗମ ଲିଃ ପକ୍ଷରୁ ବାହାରିଲା ଅନେକ ପଦବୀ: ବେକାରୀଙ୍କ ପାଇଁ ଆସିଗଲା ବଢ଼ିଆ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ରାଜ୍ୟ ବିହନ ନିଗମ ଲିଃ (ଓଏସଏସସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସଂପର୍କିତ ସମସ୍ତ ତଥ୍ୟ ପାଇପାରିବେ ।

ପ୍ରଡକ୍ସନ ଅଫିସର ଆଣ୍ଡ ମାର୍କେଟିଂ ଅଫିସର, ଆସିଷ୍ଟାଣ୍ଟ କ୍ୱାଲିଟି କଣ୍ଟ୍ରୋଲ ଅଫିସର, ମାର୍କେଟିଂ ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ, ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଅପରେଟର, ଜୁନିୟର କ୍ଲର୍କ, କମ୍ପ୍ୟୁଟର ଆସିଷ୍ଟାଣ୍ଟ, ପ୍ରୋକ୍ୟୁରମେଣ୍ଟ ଆଣ୍ଡ ସେଲ୍ସ ଏକଜିକ୍ୟୁଟିଭ୍ ଆଦି ୯ଟି ବର୍ଗରେ ମୋଟ ୫୭ଟି ଚାକିରି ବାହାରିଛି । ସମସ୍ତ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କର ବୟସ ୧୮ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ସରକାରୀ ନିୟମ ଅନୁଯାୟୀ ନିର୍ଦ୍ଧାରିତ ହେବ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://osscltd.azurewebsites.net/#no-back-button

ଅନଲାଇନ ଆବେଦନ ଲିଙ୍କ: https://osscltd.azurewebsites.net/index_controller_OSSC/register#no-back-button

ନୋଟିଫିକେସନ ଲିଙ୍କ: https://osscltd.azurewebsites.net/pdf/Adv%20for%20recruitment%20(F).pdf

Get real time updates directly on you device, subscribe now.