fbpx

ଆମେରିକାର ଟପ୍ କରୋନା ଏକ୍ସପଟ ଡାକ୍ତରଙ୍କୁ ହେଲା କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକାର ଟପ୍ କରୋନା ଡାକ୍ତର ଏକ୍ସପଟ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଏନ୍ଥୋନୀ ଫାଉସୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ, ୮୧ ବର୍ଷୀୟ ଫାଉସୀ ୨ଟି ବୁଷ୍ଟର ଟିକା ନେବା ସତ୍ୱେ ମଧ୍ୟ କରୋନାର ଶିକାର ହୋଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି । ସେ ସୁସ୍ଥ ହେଲେ ପୁଣିଥରେ ନିଜ କାର୍ଯ୍ୟରେ ଯୋଗ ଦେବେ । ତେବେ ଫାଉସୀ ସଂକ୍ରମିତ ହେବା ସମୟରେ ବାଇଡେନ୍ କିମ୍ବା ତାଙ୍କର ଅନ୍ୟ କୌଣସି ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ଆସିନଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଚଳିତ ସପ୍ତାହରେ ଆମେରିକାର ସ୍ୱାସ୍ଥ୍ୟ ସଚିବ ଜାଭିୟର ବେସେରା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ବେସେରା ଦ୍ୱିତୀୟ ଥର ପାଇଁ କରୋନାର ଶିକାର ହୋଇଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୧୩ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୮୦୩କୁ ବୃଦ୍ଧି ପାଇଛି । ଏବେ ଆକ୍ଟିଭ ମାମଲା ୫୮,୨୧୫ ଥିବା ବେଳେ ୨୪ ଘଣ୍ଟାରେ ୭ ହଜାର ୬୨୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୨୬ ଲକ୍ଷ ୭୪ ହଜାର ୭୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.