fbpx

ଭାରତକୁ ଟି-୨୦ବିଶ୍ୱକପ ଜିତାଇଥିବା ଖେଳାଳି ଯୋଗୀନ୍ଦର ଶର୍ମା ନେଲେ କ୍ରିକେଟ ରୁ ଅବସର,କହିଲେ

ନୂଆଦିଲ୍ଲୀ: ୨୦୦୭ ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଜିତିଥିଲା। ସେହି ବିଶ୍ୱକପରେ ଫାଇନାଲର ହିରୋ ଥିବା ଯୋଗୀନ୍ଦର ଶର୍ମାଙ୍କୁ ସମସ୍ତେ ମନେ ରଖିଛନ୍ତି। ଯୋଗୀନ୍ଦର ଶର୍ମା ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଶୁକ୍ରବାର ୩୯ ବର୍ଷିୟ ଯୋଗୀନ୍ଦର ଶର୍ମା ଟ୍ୱିଟରରେ ନିଜର ଅବସର ଘୋଷଣା କରିଛନ୍ତି।

ସୂଚାନମୂତାବକ ଯୋଗୀନ୍ଦର ଶର୍ମା ଭାରତ ପାଇଁ ମାତ୍ର ୪ ଟି ODI ଏବଂ୪ ଟି -୨୦ ମ୍ୟାଚ୍ ଖେଳିଛନ୍ତି। ବିଶେଷ କଥା ହେଉଛି ସେ କେବଳ ବିଶ୍ୱକପରେ ନିଜ କ୍ୟାରିୟରର ସମସ୍ତ ଟି -୨୦ ମ୍ୟାଚ୍ ଖେଳିଥିଲେ ଏବଂ ଏହା ହିଁ ତାଙ୍କୁ ପରିଚୟ ଆଣିଦେଇଥିଲା।

https://twitter.com/MJoginderSharma/status/1621393735807549442?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1621393735807549442%7Ctwgr%5Ed8d122b9982eafcbc2a87e44636af68a0f667e04%7Ctwcon%5Es1_c10&ref_url=https%3A%2F%2Fwww.aajtak.in%2Fsports%2Fcricket%2Fstory%2Fjoginder-sharma-announces-retirement-from-international-cricket-t20-world-cup-2007-hero-tspo-1629176-2023-02-03

ସୂଚନାମୁତାବକ ସେ ୨୦୦୪ ରେ ସେ ଭାରତ ପାଇଁ ନିଜର ODI ଡେବ୍ୟୁ କରିଥିଲେ ଏବଂ ୨୦୦୭ ରେ ଶେଷ ODI ଖେଳିଥିଲେ। ଯୋଗୀନ୍ଦର ଶର୍ମା ବର୍ତ୍ତମାନ ହରିୟାଣା ପୋଲିସରେ ଡିଏସପି ଭାବରେ କାର୍ଯ୍ୟରତ , ସେ କିଛି ସମୟ ପୂର୍ବରୁ ହରିୟାଣା ପାଇଁ ରଣଜୀ ଟ୍ରଫି ମଧ୍ୟ ଖେଳୁଥିଲେ।ଯୋଗୀନ୍ଦର ଶର୍ମା ତାଙ୍କ ଚିଠିକୁ ଟ୍ୱିଟରରେ ସେୟାର କରିଛନ୍ତି, ଯାହା ସେ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟକୁ ପଠାଇଛନ୍ତି ଏବଂ ଅବସର ଘୋଷଣା କରିଛନ୍ତି। ଯୋଗୀନ୍ଦର ଶର୍ମା ଲେଖିଛନ୍ତି ଯେ ସେ ବିସିସିଆଇ, ହରିୟାଣା କ୍ରିକେଟ୍ ଆସୋସିଏସନ୍, ଚେନ୍ନାଇ ସୁପର କିଙ୍ଗସ୍ ଏବଂ ହରିୟାଣା ସରକାରଙ୍କୁ ମୁଁ ଧନ୍ୟବାଦଦେଉଛନ୍ତି। ଯୋଗୀନ୍ଦର ଶର୍ମା ତାଙ୍କ ପ୍ରଶଂସକ, ପରିବାର, ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ତାଙ୍କ କ୍ୟାରିୟରର ଉତ୍ଥାନ-ପତନ ମାଧ୍ୟମରେ ତାଙ୍କୁ ସମର୍ଥନ କରିଥିଲେ।

ସୂଚନାମୁତାବକ ସେପ୍ଟେମ୍ବର ୨୪, ୨୦୦୭ ଦିନ ଭାରତୀୟ କ୍ରିକେଟ୍ ଇତିହାସରେ ସେ ଚମତ୍କାର ପ୍ରମାଣିତ ହୋଇଥିଲା । ସେହି ଦିନ ଜୋହାନ୍ସବର୍ଗର ୱାନଡର୍ସ ଷ୍ଟାଡିୟମରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣର ଚାମ୍ପିଅନ୍ ହୋଇଥିଲା। ଯେଉଁଥିରେ ଯୋଗୀନ୍ଦର ଷ୍ଟାର ପ୍ଲେୟାର ସାବ୍ୟସ୍ତ ହେଇଥିଲେ।

Get real time updates directly on you device, subscribe now.