fbpx

ପୁଣି ଆକ୍ଟିଭ୍ ହେଲା Joker Virus, ଫୋନରୁ ତୁରନ୍ତ ହଟାନ୍ତୁ ଏହି ଆପ୍

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଗତକିଛି ବର୍ଷ ହେବ ଜୋକର ଭାଇରସ୍ ବିପଦ ସୃଷ୍ଟି କରୁଛି । ପୁଣିଥରେ ଜୋକର ମାଲୱେୟାର ପ୍ଲେ ଷ୍ଟୋରର ଅନେକ ଆପକୁ ପ୍ରଭାବିତ କରିବାରେ ଲାଗିଛି । ଯଦି ଆପଣ ବି ଆଣ୍ଡ୍ରଏଡ ଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପରଙ୍କ ଫୋନକୁ ତୁରନ୍ତ ଚେକ୍ କରନ୍ତୁ । କାହିଁକି ନା ମାଲୱେୟର ଆପଣଙ୍କ ତଥ୍ୟ ସହି ଟଙ୍କା ବି ହଡ଼ପ କରିପାରେ ।

ରିପୋର୍ଟ ମୁତାବକ, ଜୋକର ମାଲୱେୟାର ଏକ ଆପରେ ମିଳିଛି, ଯାହାକୁ ୫ ଲକ୍ଷରୁ ଅଧିକ ଥର ଡାଉନଲୋଡ଼୍ କରାଯାଇଛି । ଅର୍ଥାତ୍ ଲକ୍ଷାଧିକ ଆଣ୍ଡ୍ରଏଡ ବ୍ୟବହାରକାରୀ ଜୋକର ଭାଇରସରେ ପ୍ରଭାବିତ ହୋଇପାରନ୍ତି । ଗୁଗଲ ପ୍ଲୋ ଷ୍ଟୋରରେ ଯେଉଁ ଆପ୍ ଜୋକର ମାଲୱେୟାର ଦ୍ୱାରା ପ୍ରଭାବିତ ହୋଇଛି, ତାହାର ନାଁ ହେଉଛି Color Messege । ଏହି ଆପ୍ ଦାବି କରୁଛି କି, ଏହା ଏସଏମଏସ ଟେକ୍ଟକୁ ଆକର୍ଷଣୀୟ କରିବା ସହ ଏଥିରେ ଅନେକ ଇମୋଜି ଦିଆଯିବ ।

ମୋବାଇଲ ସିକ୍ୟୁରିଟି କମ୍ପାନୀ Pradeo ଜାଣିବାକୁ ପାଇଛି ଯେ, ଏହି ଆପ୍ ଲୋକମାନଙ୍କୁ ମଜାଳିଆ ଓ ସୁନ୍ଦର ମେସେଜିଂ ଏକ୍ସପିରିଏନ୍ସ ଦେବା ନାଁରେ ତାଙ୍କ ଡିଭାଇସକୁ ଜୋକର ଭାଇରସରେ ସଂକ୍ରମିତ କରୁଛି ।

Get real time updates directly on you device, subscribe now.