fbpx

ଦଳ ଛାଡିଲେ ପ୍ରିୟା ପୁନିଆ; ଜାଣନ୍ତୁ କଣ ରହିଛି କାରଣ

ଜୟପୁର: ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟା ପୁନିଆ ଦଳ ଛାଡିଛନ୍ତି । ତେବେ ଭାରତୀୟ ଦଳ ନୁହେଁ ଆଗାମୀ ସିଜିନ ପାଇଁ ସେ ନିଜର ଘରୋଇ କ୍ରିକେଟ ଦଳ ରାଜସ୍ଥାନ ଛାଡିଛନ୍ତି । ୨୪ ବର୍ଷୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରିୟା ଏନେଇ ରାଜସ୍ଥାନ କ୍ରିକେଟ ଆସୋସିଏସନ ଠାରୁ ଏନଓସି ମଧ୍ୟ ଆଣିଥିବା ଜଣାପଡିଛି । ଆସନ୍ତା ୨୦୨୧-୨୨ ସିଜିନରେ ସେ କେଉଁ ଦଳ ପକ୍ଷରୁ ଖେଳିବେ ତାହା ସ୍ପଷ୍ଟ ହୋଇ ନାହିଁ ।
ଭାରତ ପକ୍ଷରୁ ୫ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିଥିବା ପ୍ରିୟା ଗତ ସିଜିନରେ ଦିଲ୍ଲୀ ଛାଡି ରାଜସ୍ଥାନ ଦଳରେ ଯୋଗ ଦେଇଥିଲେ । ମାତ୍ର ଗୋଟିଏ ସିଜିନ ପରେ ରାଜସ୍ଥାନ ଛାଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ ପ୍ରିୟାଙ୍କ ବାପା ସୁରେନ୍ଦ୍ର ପୁନିଆ ଉତ୍ତର ରଖିଛନ୍ତି । ରାଜସ୍ଥାନ ଆସିବା ପୂର୍ବରୁ ଯାହାବି ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯାଇନଥିଲା । ଏପରିକି ବୋର୍ଡର କିଛି ଅଧିକାରୀ ଫୋନ ମଧ୍ୟ ଉଠାଉନଥିଲେ । କୋଭିଡର ଦ୍ୱିତୀୟ ଲହରରେ ନିଜ ମାଙ୍କୁ ହରାଇଥିବା ପ୍ରିୟା ଭାରତ ପକ୍ଷରୁ ୫ ଦିନିକିଆ ଖେଳି ୪୩ ହାରରେ ୧୭୫ ରନ୍ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.