fbpx

ପ୍ରଥମ ଥର ପାଇଁ ଶାରୀରିକ ଶୁଣାଣି ପାଇଁ ଦ୍ୱାର ଖୋଲିଲେ ସୁପ୍ରିମ୍‌କୋର୍ଟ, ସାମ୍ବାଦିକଙ୍କୁ ମିଳିଲା କୋର୍ଟରୁମ୍‌ ଭିତରକୁ ପ୍ରବେଶ ଅନୁମତି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଶାରୀରିକ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ପୁନଃ ଦ୍ୱାର ଖୋଲିଛନ୍ତି । ସର୍ବୋଚ୍ଚ ଅଦାଲତ ନିକଟରେ ଶୁଣାଣି ପାଇଁ ଏକ ନୂତନ ଏସଓପି ଜାରି କରିଥିଲେ । ଯାହା ଅନୁଯାୟୀ ବୁଧବାର ଏବଂ ଗୁରୁବାର ଦିନ ସମସ୍ତ ମାମଲାର ଶୁଣାଣି କେବଳ କୋର୍ଟ ରୁମରେ ଉଭୟ ଓକିଲ ଏବଂ ପକ୍ଷଙ୍କ ଶାରୀରିକ ଉପସ୍ଥିତିରେ ହେବ ।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟ ବାର ଆସୋସିଏସନ୍‌ ମୁଖ୍ୟ ବିଚାରପତିଙ୍କୁ କୋଭିଡ-୧୯ ସଂକ୍ରମଣ ହ୍ରାସ ପାଇବା ପରଠାରୁ ଶୁଣାଣିକୁ ଭର୍ଚୁଆଲ ପରିବର୍ତ୍ତେ ଶାରୀରିକ ମୋଡରେ କରିବାକୁ ଅନୁରୋଧ କରିଥିଲା । ଶାରୀରିକ ଶୁଣାଣି ପ୍ରକ୍ରିୟାରେ ସାମ୍ବାଦିକମାନଙ୍କୁ କୋର୍ଟ ରୁମ୍‌ ଭିତରକୁ ପ୍ରବେଶ ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତଥାପି, ଶାରୀରିକ ଦୂରତା କଠୋର ଭାବରେ ବଜାୟ ରଖିବାର ଆବଶ୍ୟକତା ହେତୁ କୋର୍ଟ ରୁମ୍‌ ଭିତରେ ସ୍ଥାନର ସୀମିତତାକୁ ଦୃଷ୍ଟିରେ ରଖି ଜାରି ଏସ୍‌ଓପିରେ ଅନୁରୋଧ କରାଯାଇଛି ଯେ ଗଣମାଧ୍ୟମ ପ୍ରତିନିଧିମାନେ ଆତ୍ମ-ନିୟନ୍ତ୍ରଣ ପାଳନ କରିବେ ଏବଂ କୋର୍ଟ ରୁମ୍‌ ଭିତରେ ଅଯଥାରେ ଅତ୍ୟଧିକ ଭିଡ଼ କରିବେ ନାହିଁ ।

Get real time updates directly on you device, subscribe now.