fbpx

ଜେପି ନଡ୍ଡାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବ BJP: ଆଉ ବର୍ଷେ ବଢ଼ିଲା କାର୍ଯ୍ୟକାଳ, ଅମିତ ଶାହାଙ୍କ ଘୋଷଣା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିଛି । ୨୦୨୪ ଜୁନ୍ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ିଛି ବୋଲି ବିଜେପି କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ।

ତେବେ ଜେପି ନଡ୍ଡା ଆଉ ଏକ ବର୍ଷ ପର୍ଯ୍ୟନ୍ତ ନିଜ ପଦଭାର ସମ୍ଭାଳିବେ । ଏହାକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ଅଫିସିଆଲ ଭାବେ ଘୋଷଣା କରାଯାଇଛି । ବଡ଼ କଥା ହେଉଛି କି, ୨୦୨୪ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ସମ୍ଭାଳିବେ ନଡ୍ଡା । ଅର୍ଥାତ୍ ଜେପି ନଡ୍ଡାଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି ବିଜେପି ।

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଦଳର ବୈଠକରେ ରାଜନାଥ ସିଂହ ପ୍ରସ୍ତାବ ରଖିଥିଲେ ଓ ବିଜେପି କାର୍ଯ୍ୟକାରିଣୀ ଦ୍ୱାରା ଏହାକୁ ସ୍ୱୀକାର କରାଗଲା । ଏହା ସହ ସେ କହିଛନ୍ତି ଯେ, ଆମ ସମ୍ବିଧାନ ହିସାବରେ ସଙ୍ଗଠନର ନିର୍ବାଚନ ହୋଇଥାଏ । ଏବର୍ଷ ସଦସ୍ୟତାର ବର୍ଷ, କିନ୍ତୁ କୋଭିଡ ଯୋଗୁଁ ସମୟରେ ସମସ୍ୟତାଙ୍କ କାମ ହୋଇପାରିନଥିଲା । ଏଥିପାଇଁ କାର୍ଯ୍ୟ ବିସ୍ତାର କରାଯାଇଛି । ଏପରି ପରିସ୍ଥିତିରେ ରାଜନାଥ ସିଂହ ପ୍ରସ୍ତାବ ରଖିଲେ, ଯାହାକୁ ସମସ୍ତେ ସମ୍ମତି ଜଣାଇଲେ । ଏବେ ଜେପି ନଡ୍ଡା ୨୦୨୪ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସଭାପତି ହୋଇ ରହିବେ ।

Get real time updates directly on you device, subscribe now.