fbpx

(Video) ଜୁଏଲ ଓରାମ ହେବେ ରାଷ୍ଟ୍ରପତି ପ୍ରାର୍ଥୀ ! ବିଜେପି ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦବୀ ପାଇଁ ଆସନ୍ତା ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଜେପି କାହାକୁ କରିବ ରାଷ୍ଟ୍ରପତି ପ୍ରାର୍ଥୀ ? ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ବିଜେପି ଯାହାକୁ ପ୍ରାର୍ଥୀ କରିବ ଆପାତତଃ ସିଏ ହିଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବେ । ତେବେ ଏହାରି ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଜୁଏଲ ଓରାମ ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ବିଭିନ୍ନ ଗଣମାଧ୍ୟରେ ଏହାକୁ ନେଇ ଖୁବ୍‌ ଆଲୋଚନା ମଧ୍ୟ ହେଲାଣି ।

ସେହିପରି ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଥିବା ସୂଚନା ମିଳିଛି । ସେହିଭଳି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ନାମ ମଧ୍ୟ ଶୁଣାଯାଉଛି । ତେବେ ଏନ୍‌ଡିଏ କାହାକୁ ପ୍ରାର୍ଥୀ କରିବ ସେନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ୟୁପିଏ ମଧ୍ୟ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ କରିନାହିଁ ।

ତେବେ ଏସବୁ ଚର୍ଚ୍ଚା ଭିତରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଗୁରୁବାର ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ହେଉଛି ଜୁନ୍ ୨୯ । ଏହାପରେ ଜୁନ୍ ୩୦ ତାରିଖ ନାମାଙ୍କନ ଯାଞ୍ଚ ଏବଂ ଜୁଲାଇ ୨ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ସୂଚନାଯୋଗ୍ୟ, ଜୁଲାଇ ୨୪ ରେ ସରୁଛି ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ।

Get real time updates directly on you device, subscribe now.