fbpx

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ହୋମଗାର୍ଡଙ୍କ ସହ ୩ ଗିରଫ

ଅସାମାଜିକ ବ୍ୟକ୍ତିଙ୍କ କବଳରୁ ବଞ୍ଚିବା ପାଇଁ ଜଣେ ଯୁବତୀ ପହଞ୍ଚିଥିଲେ ହୋମଗାର୍ଡଙ୍କ ନିକଟରେ, କିନ୍ତୁ ହୋମଗାର୍ଡ ସୁରକ୍ଷା ବଦଳରେ କରିଥିଲେ ଦୁଷ୍କର୍ମ ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଟାଙ୍ଗି ଥାନା ଅଞ୍ଚଳରେ ।

ପୀଡ଼ିତା ଜଣକ ଏନେଇ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ଯୁବତୀ ଜଣକ ଗୁରୁବାର ରାତି ପ୍ରାୟ ୧୨ ଟାରେ ମଙ୍ଗୁଳି ଛକରେ ପହଞ୍ଚିଥିଲେ । କିଛି ଅସମାଜିକ ଯୁବକ ତାଙ୍କୁ ଘେରିବାକୁ ଚେଷ୍ଟା କରିଥିବା ବେଳେ ଯୁବତୀ ମଙ୍ଗୁଳି ଆଉଟ ପୋଷ୍ଟ ଦେଖି ସାହାଯ୍ୟ ପାଇଁ ସେଠାରେ ପହଞ୍ଚିଥିଲେ । ହେଲେ କାର୍ଯ୍ୟରତ ହୋମଗାର୍ଡ ବିନୟ ଦାସ ଯୁବତୀଙ୍କଠୁ ସମସ୍ତ କଥା ଶୁଣି ତାକୁ ସାହାଯ୍ୟ କରିବା ବଦଳରେ ଯୁବତୀକୁ ଆଉଟ ପୋଷ୍ଟ ରୁମ୍ ଲାଇଟ ଲିଭାଇ ବଳ ପୂର୍ବକ ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିଲା । ଏହି ସମୟରେ କିଛି ଯୁବକ ଆଉଟ ପୋଷ୍ଟ ଲାଇଟ ବନ୍ଦ ହୋଇଥିବାର ଦେଖି ଫାଣ୍ଡି ଭିତରକୁ ଯାଇଦେଖିଥିଲେ ।

ଏହା ପରେ ଯୁବତୀ ସେମାନଙ୍କୁ ସତ କଥା କହିଥିଲେ ପରେ ଯୁବକମାନେ ପୋଲିସକୁ ଖବର ଦେଇଥିଲେ । ଟାଙ୍ଗି ଥାନା ପୋଲିସ ଘଟଣା ସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରି ୨୨୯/୨୧ ରେ ଏକ କେସ ରୁଜୁ କରି ହୋମଗାର୍ଡ ସମେତ ଏଥିରେ ସମ୍ପୃକ୍ତ ଆଉ ଦୁଇଜଣଙ୍କୁ ମିଶାଇ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.