fbpx

ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ, ଠିକାଦାରଙ୍କୁ ଠାରୁ ନେଉଥିଲେ ଲାଞ୍ଚ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ । ଲଖନପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଟିକିନାଥ ଭଏଁସାଲ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେବାବେଳେ ଧରିବା ପରେ ଏବେ ତାଙ୍କର ସରକାରୀ ବାସଭବନ ଉପରେ ଚଢ଼ାଉ କରିଛି ।

ସୂଚନା ଅନୂଯାୟୀ, ଜଣେ ଠିକାଦାରଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ ଟିକିନାଥ ଭଏଁସାଲ । ଠିକାଦାର କୋଶଲ ବେହେରାଙ୍କ ବିଲ୍ ପାସ କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚଢ଼ାଉ କରାଯାଇଥିଲା ଓ କନିଷ୍ଠ ଯନ୍ତ୍ରୀଙ୍କୁ ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ ଟିମ୍ ।

କନିଷ୍ଠ ଯନ୍ତ୍ରୀଙ୍କ ସୁନ୍ଦରଗଡ଼ ମିଶନ ରୋଡ଼ରେ ଥିବା ବାସଭବନ ଓ ଲଖନପୁର ସରକାରୀ କ୍ବାର୍ଟରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ ଜାରି ରଖିଛନ୍ତି । ଏହି ଚଢ଼ାଉରେ ଝାରସୁଗୁଡ଼ା, ଦେବଗଡ଼, ରାଉରକେଲାର ଭିଜିଲାନ୍ସ ଅଧିକାରୀ ସାମିଲ ଅଛନ୍ତି ।

Get real time updates directly on you device, subscribe now.