fbpx

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଏନେଇ ସୁପ୍ରିମକୋର୍ଟର କଲେଜିୟମ ପକ୍ଷରୁ ସୁପାରିଶ କରାଯାଇଛି । ଗତ ୨୮ ତାରିଖରେ ଏନେଇ ସର୍ବୋଚ୍ଚ କୋର୍ଟର କଲେଜଜିୟମ ମିଟିଂ ବସିଥିଲା । ଉକ୍ତ ମିଟିଂରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସିଂହଙ୍କ ନାମ ସୁପାରିଶ କରାଯାଇଥିଲା ।

ଏଥିସହିତ ସୁପ୍ରିମକୋର୍ଟର କଲେଜିୟମ ଜମ୍ମୁ କଶ୍ମୀର ଓ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ସ୍ପଷ୍ଟ କରିଛନ୍ତି । ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଙ୍କଜ ମିଥାଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ଆଉ ୩ ହାଇକୋର୍ଟ ବିଚାରପତିଙ୍କର ମଧ୍ୟ ଟ୍ରାନ୍ସଫର କରାଯାଇଛି । ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟରୁ ଝାଡ଼ଖଣ୍ଡ ହାଇକୋର୍ଟକୁ, ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କୁ କେରଳ ହାଇକୋର୍ଟରୁ ବମ୍ବେ ହାଇକୋର୍ଟକୁ, ଜଷ୍ଟି ଅପରେଶ କୁମାର ସିଂହଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ତ୍ରିପୁରା ହାଇକୋର୍ଟକୁ ବଦଳି କରାଯାଇଛି ।

ଗତ ୨୦୦୭ ମସିହା ଡିସେମ୍ବର ୫ରେ ଜଷ୍ଟିସ ଯଶୱନ୍ତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଜ ଭାବେ ନିଯୁକ୍ତି ପାଇଥିଲେ । ପରେ ଗତ ୨୦୨୧ ଅକ୍ଟୋବର ୮ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେ ୧୯୮୬ରେ ଆଇନଜୀବୀ କ୍ୟାରିୟର ଆରମ୍ଭ କରିଥିବା ବେଳେ ରୋହତକର ମହାରିଶି ଦୟାନନ୍ଦ ୟୁନିଭରସିଟିରୁ ଆଇନ ଶିକ୍ଷାଲାଭ କରିଥିଲେ ।

Get real time updates directly on you device, subscribe now.