fbpx

ନାବାଳିକା ଦୁଷ୍କର୍ମ ପୀଡ଼ିତା ଜନ୍ମଦେଲେ ଶିଶୁ କନ୍ୟା, ଏବେ ପାଳନ ପୋଷଣ ପାଇଁ ଅନ୍ୟ ହାତକୁ ଟେକି ଦେବାକୁ ପ୍ରସ୍ତୁତ

ଟିଟିଲାଗଡ଼ (ଓଡ଼ିଶା ଭାସ୍କର): ଅସହାୟ ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ପାଳନ ପୋଷଣ ପାଇଁ ଅନ୍ୟ ହାତକୁ ଟେକି ଦେବାକୁ ପ୍ରସ୍ତୁତ ହେଉଛି । ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଟିଟିଲାଗଡ ସହର ନିକଟ ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମ ପଞ୍ଚାୟତରେ । ଜନ୍ମିତ କନ୍ୟା ସନ୍ତାନକୁ ନିରୁପାୟ ହୋଇ ଅନ୍ୟ ହାତକୁ ଟେକିଦେବା ପାଇଁ ପ୍ରସ୍ତୁତ ହେଉଛିମାଆ ।

ସୂଚନାଯୋଗ୍ୟ ଯେ ଏହି ଗ୍ରାମ ପଞ୍ଚାୟତର ଜଣେ ୧୪ବର୍ଷୀୟା ନାବାଳିକା ତାର ମା’ ସହ ନିଜ ୧୧ବର୍ଷୀୟ ଛୋଟ ଭିନ୍ନକ୍ଷମ ଭାଇକୁ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତହୀନତା ଯୋଗୁଁ ଭର୍ତ୍ତି କରେଇ ଚିକିତ୍ସା କରି ଆସୁଥିବାବେଳେ ନିକଟସ୍ଥ ଆହାର କେନ୍ଦ୍ରର ଜଣେ ବ୍ୟକ୍ତି ପ୍ରଲୋଭିତ କରି ବାରମ୍ବାର ଦୁଷ୍କର୍ମ କରିଆସୁଥିଲା । ପରେ ନାବାଳିକାଟି ଗର୍ଭବତୀ ହେବା ଜାଣି ଗର୍ଭନଷ୍ଟ ପାଇଁ ବାଧ୍ୟ କରିବାକୁ ଧମକ ଦେବା ଯୋଗୁଁ ନାବାଳିକା ଟିଟିଟିଲାଗଡ ଥାନାର ଦ୍ୱାରସ୍ଥ ହୋଇଥିଲା । ଏହି ଘଟଣାକୁ ନେଇ ସେହି ସମୟରେ ବାରମ୍ବାର ବିଭିନ୍ନ ଚର୍ଚ୍ଚାରେ ରହୁଥିବା ଟିଟିଲାଗଡ ସରକାରୀ ଡାକ୍ତରଖାନାର ସିକ୍ୟୁରିଟି ବ୍ୟବସ୍ଥାକୁ ନେଇ
ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଟିଟିଲାଗଡପୋଲିସ କେସ୍‌ ନଂ ୨୫/୨୦୨୧ ଏବଂ ପୋସ୍କୋ ଆଇନ ଅନୁଯାୟୀ କେସ ନଂ ୦୬/୨୦୨୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଜେଲ୍‌କୁ ପଠେଇଥିଲେ । ବର୍ତ୍ତମାନ ଅଭିଯୁକ୍ତ ଜେଲରେ ଥିବାବେଳେ ଉକ୍ତ ନାବାଳିକାଟିର ପ୍ରସବ ସମୟ ଆସିବାରୁ ସେ ଟିଟିଲାଗଡ
ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ସରକାରୀ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ସୂଚନାଅନୁଯାୟୀ ସେଠାରେ ତାଙ୍କୁ ଅସ୍ତ୍ରପ୍ରଚାର କରାଯାଇ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ନାବାଳିକାଟିର ମା’ ଜଣେ ଗରିବ ଅସହାୟ ମହିଳା ହୋଇଥିବାବେଳେ ଭାଇ ଜଣେ ନାବାଳକ ଦିବ୍ୟାଙ୍ଗ, ଅନ୍ୟପଟେ ସାମାଜିକ ବାସନ୍ଦର ଭୟ ତେଣୁ ସେ ଏମାନଙ୍କୁ କେମିତି ପାଳିବେ ବୋଲି ହତାଶ ହୋଇ ମା ଓ ଶିଶୁକୁ କେହି ନେଲେ ତାକୁ ଦେଇଦେବା ପାଇଁ ଦୁଃଖରେ ପ୍ରକାଶ କରିଛନ୍ତି । ଏହିପରି ସମ୍ବେଦନଶୀଳ ଘଟଣାକୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାସହ ସ୍ଥାନୀୟ ରଜ୍ୟମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Get real time updates directly on you device, subscribe now.