ଇଣ୍ଡିଆନ ଆଇଡଲ୍ ୧୬ରେ ଚମକିଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ, ଟ୍ରଫି ସହ ମିଳିଲା ୨୦ ଲକ୍ଷ କ୍ୟାଶ୍ ପ୍ରାଇଜ୍

Indian Idol 16ର ବିଜୟ ମୁକୁଟ ପିନ୍ଧିଲେ ଜ୍ୟୋତିର୍ମୟୀ ନାୟକ।

ଓଡିଶାଭାସ୍କର: ଚମକିଲେ ଓଡ଼ିଆ ଝିଅ। ଜାତୀୟ ସ୍ତରର ଟିଭି ରିଆଲିଟି ଶୋରେ ସଫଳତା। ବିଜୟ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ।

Uttarakhand Govt.

ହଁ ଆଜ୍ଞା ଟିଭିର ସିଙ୍ଗିଂ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି। ଆଜି ଅର୍ଥାତ୍ ୨୬ ଜୁଲାଇରେ ଏହି ସିଜନର ବିଜେତାଙ୍କ ନାମ ଘୋଷଣା ହୋଇଛି।

ଟପ୍-୩ ଫାଇନାଲିଷ୍ଟ ଥିଲେ ମନରାଜ ବୀର ସିଂହ, ଜ୍ୟୋତିର୍ମୟୀ ନାୟକ ଏବଂ ତନିଷ୍କ ଶୁକ୍ଲା। କିନ୍ତୁ ଟ୍ରଫି ଉପରେ କବ୍ଜା କରିଛନ୍ତି ଜ୍ୟୋତିର୍ମୟୀ ନାୟକ। ତନିଷ୍କ ଶୁକ୍ଲା ପ୍ରଥମ ରନର୍ସଅପ୍‌ ହୋଇଥିବା ବେଳେ ମନରାଜ ବୀର ସିଂହ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି।

ଏହି ଶୋ’ର ବିଚାରକ ଭାବେ ବାଦଶାହ, ବିଶାଲ ଦଦଲାନୀ, କୁମାର ସାନୁ ଏବଂ ଶ୍ରେୟା ଘୋଷାଲ ଉପସ୍ଥିତ ଥିଲେ। ସେହିପରି ସ୍ପେଶାଲ୍ ଗେଷ୍ଟ ଭାବେ ଶହନାଜ ଗିଲ୍ ମଧ୍ୟ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ।

ଇଣ୍ଡିଆନ୍ ଆଇଡଲ୍ ୧୬’ର ଟପ୍-୬ ଫାଇନାଲିଷ୍ଟ:

କଠିନ ପରିଶ୍ରମ ପରେ ଶୋ ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ଗ୍ରାଣ୍ଡ ଫିନାଲେ ପାଇଁ ଟପ୍-୬ ଫାଇନାଲିଷ୍ଟ ସ୍ଥାନ ହାସଲ କରିଛନ୍ତି। ଦେଖନ୍ତୁ ତାଲିକା…

୧. ସୁହୈଲ ସୁଫି
୨. ଅଂଶିକା ଚୋଙ୍କର
୩. ମନରାଜ ବୀର ସିଂହ
୪. ମାୟସିମେ ବୋସୁ
୫. ଜ୍ୟୋତିର୍ମୟୀ ନାୟକ
୬. ତନିଷ୍କ ଶୁକ୍ଲା

ଇଣ୍ଡିଆନ୍ ଆଇଡଲ୍ ୧୬ର ବିଜେତା ଓ ରନର୍ସଅପ୍‌ଙ୍କୁ କ’ଣ ମିଳିଲା:

ତେବେ ଯଦି ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ବିଜେତା ଜ୍ୟୋତିର୍ମୟୀ ନାୟକ ଏବଂ ରନର୍ସଅପ୍‌ମାନେ କ’ଣ କ’ଣ ପାଇଛନ୍ତି ସେ ବିଷୟରେ କହିବା, ତେବେ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର କ୍ୟାଶ୍ ପ୍ରାଇଜ୍ ଦିଆଯାଇଛି।

ସେହିପରି ପ୍ରଥମ ରନର୍ସଅପ୍‌ ତନିଷ୍କ ଶୁକ୍ଲା ଏବଂ ଦ୍ୱିତୀୟ ରନର୍ସଅପ୍‌ ମନରାଜ ବୀର ସିଂହଙ୍କୁ ୫-୫ ଲକ୍ଷ ଟଙ୍କାର କ୍ୟାଶ୍ ପ୍ରାଇଜ୍ ମିଳିଛି। ଏହାଛଡ଼ା ତୃତୀୟ ଓ ଚତୁର୍ଥ ରନର୍ସଅପ୍‌ ସୁହୈଲ ସୁଫି ଏବଂ ଅଂଶିକା ଚୋଙ୍କରଙ୍କୁ ୩-୩ ଲକ୍ଷ ଟଙ୍କା ଦିଆଯାଇଛି।

‘ଇଣ୍ଡିଆନ୍ ଆଇଡଲ୍ ୧୬’ର ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ ନାୟକ ବିଜେତା ହୋଇଥିବା ବେଳେ ତନିଷ୍କ ଶୁକ୍ଲା ପ୍ରଥମ ଏବଂ ମନରାଜ ବୀର ସିଂହ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି।