ମାଲକାନଗିରି,୨୪/୧୧ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ଏମ ଭି ୭୯ ର ବସନ୍ତି ଦାସ, ବୟସ ପାଖାପାଖି ୨୩ ବର୍ଷ। ପିଲାଟି ବେଳୁ ହାଡଫୁଟି ଜନିତ ରୋଗରେ ପୀଡ଼ିତ ହୋଇ ଦୁଇଟି ଯାକ ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ପିଲାଟି ବେଳୁ ଦୃଷ୍ଟି ଶକ୍ତି ହରାଇଥିବାରୁ ବାସନ୍ତୀ ପାଇଁ ସାରା ଦୁନିଆ ପାଲଟିଥିଲା ଅନ୍ଧକାରମୟ। ସ୍ଥାନୀୟ ଡାକ୍ତରଖାନା ସହ ପଡୋଶୀ ରାଜ୍ଯ କୁ ନେଇ ଚିକିତ୍ସା କରିବା ପାଇଁ ଯାଇଥିଲେ ମଧ୍ୟ ପରିବାରର ଆର୍ଥିକ ଅନାଟନ ସାଜିଥିଲା ବାଧକ। ଏହାପରେ ଦଇବ ଭରସାରେ ବାସନ୍ତୀର ଭବିଷ୍ୟତ କୁ ଛାଡ଼ିଦେଇ ପରିବାର ଲୋକ ଦୁଃଖେ କଷ୍ଟେ ଚଳିବାକୁ ଲାଗିଲେ । ତେବେ ଦିର୍ଘ ବର୍ଷ ପରେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଙ୍କ ପାଦ ଏହି ଘରେ ପଡ଼ିବା ପରେ ବାସନ୍ତୀର ଭବିଷ୍ୟତ କୁ ନେଇ ନୂଆଁ ଏକ ଆଶା ସଞ୍ଚାରିତ ହେଲା । ବାସନ୍ତୀର ଅବସ୍ଥା ବାବଦରେ ପଚାରି ବୁଝିବା ସହ ଆଗାମୀ ଦିନରେ ଚିକିତ୍ସା ପାଇଁ ସେ ନିଜ ଆଡୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଇବା ନେଇ ଆଶ୍ଵସନା ଦେଇଥିଲେ। ଗତ କିଛି ବର୍ଷ ଧରି ବାସନ୍ତୀ ଅଭିଶପ୍ତ ଜୀବନ କାଟୁଥିଲେ ମଧ୍ୟ ନିଜର ସାମର୍ଥ୍ୟ ମୁତାବକ କାମ କରି ପରିବାର ଲୋକଙ୍କ ସହଯୋଗ କାମନା କରି ଆସୁଥିବା କହିଥିଲା। ଘର ର ଛୋଟମୋଟ କାମ କରି ମାଙ୍କୁ ଅନେକ ସମୟରେ ସାହାଯ୍ୟ କରୁଥିବା ବାସନ୍ତୀର ମା କହିଛନ୍ତି । ଘରେ ବାପା,ମା, ଭାଇ ଓ ଭାଉଜ ଙ୍କୁ ନେଇ ବାସନ୍ତୀ ର ପରିବାର ହୋଇଥିଲେ ମଧ୍ୟ ଦିନ ମଜୁରିଆ ଭାବରେ କାମ କରି ପେଟକୁ ଦାନା ଯୋଗାଡ କରୁଥିବା ବାସନ୍ତୀ ର ବାପା ବିମୋଲ ଦାସ କହିଛନ୍ତି। ପରିବାର ର ଏଭଳି ସ୍ଥିତି ଯୋଗୁଁ ଅର୍ଥ ଯୋଗାଡ଼ କରି ବାସନ୍ତୀର ଚିକିତ୍ସା କରିବା ଅସମ୍ଭବ ହୋଇ ପଡିଥିଲା। ତେବେ ଗତକାଲି କାଲିମେଳା ତହସିଲଦାର ଖବର ପାଇ ବାସନ୍ତୀ ର ଘର ଯାଇ ସମସ୍ତ ପ୍ରକାର ବୁଝାସୁଝା କରି ଯଥା ଶୀଘ୍ର ବାସନ୍ତୀର ଚିକିତ୍ସା ପାଇଁ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। କାଲିମେଳା ର ତହସିଲଦାର ସହ ଲୋକଙ୍କ ଅସୁବିଧାରେ ସବୁବେଳେ ଛିଡା ହେଉ ଥିବାରୁ ଶ୍ରୀ ଅନୁଗୁଳିଆ ସ୍ଥାନୀୟ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିବା ବେଳେ ବାସନ୍ତୀ ଙ୍କ ପାଇଁ ଦେବଦୂତ ପାଳଟିଥିବା ପରିବାର ଲୋକ କହିଛନ୍ତି।
Get real time updates directly on you device, subscribe now.
Next Post