fbpx

କଳିଙ୍ଗ ଷ୍ଟାଡିୟମ ପାଲଟିଲା ବ୍ୟାଟଲ ଗ୍ରାଉଣ୍ଡ : ମ୍ୟାଚ ବେଳେ ଖେଳାଳି ହାତାହାତି

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଘଟିଯାଇଛି ଅଦ୍ଭୁତପ୍ରକାର ଘଟଣା । ବିଶ୍ୱ ପ୍ରସିଦ୍ଧ ହକି ଗ୍ରାଉଣ୍ଡ ପାଲଟିଯାଇଛି ବ୍ୟାଟଲ ଗ୍ରାଉଣ୍ଡ । ନେପାଳ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ ସମୟରେ ଖେଳାଳିମାନଙ୍କ ଭିତରେ ଉତ୍ତେଜନା ପରିସ୍ତିତି ସୃଷ୍ଟି ହୋଇଛି । ଉଭୟଙ୍କ ମଧ୍ୟରେ ତିକ୍ତତା ଏତେ ବଢିଯାଇଛି ଯେ, ନିଜ ନିଜ ଭିତରେ ହାତାହାତି ହୋଇଛନ୍ତି ଉଭୟ ଦଳର ଖେଳାଳି । ଯାହା ଫଳରେ କିଛି ସମୟ ପାଇଁ ମ୍ୟାଚ ବନ୍ଦ ହୋଇଛି ।

ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ୨୦ ବର୍ଷରୁ କମ୍ ଦକ୍ଷିଣ ଏସୀୟ ଫୁଟବଲ ଚମ୍ପିଆନସିପରେ ଅଭାବନୀୟ କାଣ୍ଡ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଆଜି ନେପାଳ-ବାଂଲାଦେଶ ମଧ୍ୟରେ ଆୟୋଜନ ହେଉଥିଲା । କିନ୍ତୁ ଏହି ସମୟରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଉଭୟ ଦଳର ଖେଳାଳିମାନେ ନିଜ ନିଜ ଭିତରେ ହାତାହାତି ହୋଇଥିବା ଦେଖାଯାଇଛି । କୌଣସି ଏକ ଘଟଣାକୁ ନେଇ ଏମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ଏହା ଧିରେ ଧିରେ ହାତାହାତି ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଠେଲାପେଲା ଏବଂ ଧକ୍କା ମରାମରି ହେବା ସହିତ ସେମାନଙ୍କ ମଧ୍ୟରେ ମୁଥା ମରାମରି ହୋଇଯାଇଛନ୍ତି ଉଭୟ ଦଳର ଖେଳାଳି । ଯାହା ଫଳରେ କିଛି ସମୟ ପାଇଁ ବନ୍ଦ ରହିଥିଲା ଏହି ମ୍ୟାଚ ।

ଏହି ପରିସ୍ଥିତି ଯୋଗୁଁ ଉଭୟ ଦଳର ଜଣେ ଲେଖାଏଁ ଖେଳାଳିଙ୍କୁ ରେଡ କାର୍ଡ ଦେଇ ବିଦା କରିଥିଲେ ମ୍ୟାଚ ରେଫରୀ । ଏହାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ମ୍ୟାଚ ପୁଣିଥରେ ଆରମ୍ଭ କରାଯାଇଥିଲା । ତେବେ ବିଳମ୍ବରେ ଖେଳାଯିବାରୁ ପ୍ରକୃତ ସମୟରୁ ବିଳମ୍ବରେ ଏହି ମ୍ୟାଚର ଶେଷ ହୋଇଛି ।

Get real time updates directly on you device, subscribe now.