fbpx

ଆସ୍ଥା ଭୋଟ୍ ପାଇଁ ମନା କଲେ କମଳ ନାଥ

ଭୋପାଲ, ୧୬ା୩: ମଧ୍ୟପ୍ରଦେଶ ରାଜ୍ୟପାଳଙ୍କୁ କମଳ ନାଥ ଆଜି ଚିଠି ଲେଖିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ କମଳ ନାଥ ଆସ୍ଥା ଭୋଟ ପାଇଁ ମନା କରିଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଏଭଳି ପରିସ୍ଥିତିରେ ଆସ୍ଥା ଭୋଟ୍ କରିବା ଅସାମ୍ବିଧାନିକ । ଆସ୍ଥା ଭୋଟ୍ ନହେଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରେ ବିଜେପି ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି । ଗତକାଲି କମଳ ନାଥଙ୍କୁ ଆସ୍ଥା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ଲାଳଜୀ ଟଣ୍ଡନ । ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥାନ୍ତେ କମଳ ନାଥ । କିନ୍ତୁ ଚିଠିରେ ସେ ଆସ୍ଥା ଭୋଟ୍ ପାଇଁ ମନା କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.