fbpx

ଇତିହାସ ରଚିବାରୁ ଅଳ୍ପକେ ବଞ୍ଚିତ କମଲପ୍ରୀତ୍; ଭାଲେରୀ ଅଲମାନଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଳୀ: ଟୋକିଓରେ ଇତିହାସ ରଚିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ମହିଳା ଡିସକସ ଥ୍ରୋୟର କମଲପ୍ରୀତ କୌର । ୬୪ ମିଟର ଦୂରକୁ ଡିସକସ ଫିଙ୍ଗି ରେକର୍ଡ କରିଥିବା କମଲପ୍ରୀତ ଷଷ୍ଠ ସ୍ଥାନରେ ରହି ପଦକ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ସୋମବାର ଅନୁଷ୍ଠିତ ଫାଇନାଲରେ କମଲପ୍ରୀତ ୬୩.୭୦ ମିଟର ଦୂରକୁ ଡିସକସ ଫିଙ୍ଗିଥିଲେ । ଆମେରିକାର ଭାଲେରୀ ଅଲମାନ ୬୮.୯୮ ମିଟର ଦୂରତା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଜର୍ମାନୀର କ୍ରିଷ୍ଟିନ ପୁଡେଞ୍ଜ (୬୬.୮୬) ଓ କ୍ୟୁବାର ୟାମୀ ପେରେଜ(୬୫.୭୨) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଫାଇନାଲ ମୁକାବିଲାରେ କମଲପ୍ରୀତ ୬୧.୬୨ ମିଟରର ଦୂରକୁ ଡିସକସ ଫିଙ୍ଗି ଅଭିଯାନ ଆରମ୍ଭ କରିଥିଲେ । ପରବର୍ତ୍ତୀ ଉଦ୍ୟମଟି ଫାଉଲ ରହିଥିଲା । ତେବେ ଶ୍ରେଷ୍ଠ ୮ଙ୍କ ମଧ୍ୟରେ ୭ ନମ୍ବରରେ ରହି ଫାଇନାଲକୁ ଯାଇଥିଲେ କମଲପ୍ରୀତ । ଫାଇନାଲରେ ନିଜର ଅନ୍ତିମ ପ୍ରୟାସରେ କମଲପ୍ରୀତ ୬୩.୭୦ ଦୂରତା ହାସଲ କରିଥିଲେ ହେଁ ପଦକ ହାସଲ ପାଇଁ ଏହା ଯଥେଷ୍ଟ ନଥିଲା । ଅନ୍ୟ ପକ୍ଷରେ ନିଜର ପ୍ରଥମ ଥ୍ରୋରେ ହିଁ ୬୮.୯୮ ମିଟରର ଦୂରତା ହାସଲ କରି ବିଜୟୀ ହୋଇଥିଲେ ଅଲମାନ ।

Get real time updates directly on you device, subscribe now.