fbpx

ପୁଣି ମୁଭି ମାଫିଆଙ୍କ ଉପରେ ରାଗ ଝାଡ଼ିଲେ କଙ୍ଗନା; କହିଲେ, ‘୧୦୦ ଏଫଆଇଆର୍ ହେଲେ ବି କିଛି ଫରକ୍ ପଡ଼ିବନି’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ଫିଲ୍ମ ବ୍ୟତୀତ ଅନେକ କାରଣକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ଖାସ୍ କରି ନିଜ ବୟାନକୁ ନେଇ ସେ ସବୁବେଳେ କିଛି ନା କିଛି ବିବାଦ ମଧ୍ୟରେ ରହିଥାନ୍ତି । ସେ ସାମଜିକ-ରାଜନୈତିକ ବିଷୟ ବ୍ୟତୀତ ବଲିଉଡରେ ଚାଲିଥିବା ନେପୋଟିଜମ୍ ଓ ମୁଭି ମାଫିଆଙ୍କ ବିଷୟରେ ସବୁବେଳେ ଖୋଲା ଖୋଲି ଭାବରେ ମତ ରଖନ୍ତି । ଏବେ ପୁଣି ଥରେ ମୁଭି ମାଫିଆଙ୍କ ବିରୋଧରେ ବୟାନ ରଖି ଚର୍ଚ୍ଚାକୁ ଆସିଛନ୍ତି । ଆଉ ମୁଭି ମାଫିଆଙ୍କ ଉପରେ ଥିବା ରାଗକୁ ପ୍ରକାଶ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଲମ୍ବା-ଚଉଡ଼ା ଲେଖି ପୋଷ୍ଟ କରିଛନ୍ତି ।

ତେବେ କଙ୍ଗନା ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି । ଆଉ ନିଜ ଫ୍ୟାନମାନଙ୍କ ପାଇଁ କିଛି ନା କିଛି ମେସେଜ୍ ଦେଇ ଭିଡିଓ ଅବା ଫଟୋ ପୋଷ୍ଟ କରନ୍ତି । ଏବେ ସେ ପୁଣି ଥରେ ମୁଭି ମାଫିଆଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଛନ୍ତି । ସେ କାହାର ନାମ ନ ନେଇ କହିଛନ୍ତି ଯେ, “୧୦୦ ଏଫଆଇଆର୍ ଦେଲେ ବି ସେମାନଙ୍କ ଉପରେ କୌଣସି ଫରକ୍ ପଡ଼ିବନି” ।

କଙ୍ଗନା କହିଛନ୍ତି ଯେ, “ଯେତେବେଳେ ବି ମୁଁ ମୋ ନୂଆ ପ୍ରୋଜେକ୍ଟର ଘୋଷଣା କରେ ସେତେବେଳେ ମୁଭି ମାଫିଆଙ୍କର ନିଦ ହଜିଯାଏ । ଜଣେ ମୁର୍ଖକୁ ମୁଁ ଜାଣିଛି ଯାହାର ପସନ୍ଦର କାମ ହେଉଛି ଫେକ୍ ବା ଗୁଜବ ବିସ୍ତାର କରିବା । ସେ କହିଲା ଯେ, ୧୫୦ କୋଟି କମାଇଥିବା ମଣିକର୍ଣ୍ଣିକା ଫ୍ଲପ୍ ହୋଇଯାଇଛି । ତେବେ ସତ ହେଉଛି ଯେ, ନିଜେ ୪ ବର୍ଷ ହେଲା ଗାୟବ୍ ଅଛି ଏବଂ କୌଣସି ବି କାମ ନାହିଁ” ।

Get real time updates directly on you device, subscribe now.