fbpx

ଅଙ୍କିତା ଲୋଖଣ୍ଡେ ଆରମ୍ଭ କଲେ ‘ପବିତ୍ର ରିସ୍ତା-୨’ର ସୁଟିଂ, କଙ୍ଗନା ପ୍ରତିକ୍ରିୟାରେ ଲେଖିଲେ ଏପରି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତ୍ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ସେ ନିଜର ବୟାନ ସବୁକୁ ନେଇ ସର୍ବଦା ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । ସେ ନିଜର ଫିଲ୍ମ ବ୍ୟତୀତ ଅନ୍ୟ ଷ୍ଟାର୍ ମାନଙ୍କର ଫିଲ୍ମ ତଥା ଅନ୍ୟାନ୍ୟ କଥା ଉପରେ ନିଜର ରଖିଥାନ୍ତି । ତେବେ ସେ ଅଙ୍କିତା ଲୋଖଣ୍ଡେର ଟିଭି ସୋ ପବିତ୍ର ରିସ୍ତା-୨କୁ ନେଇ ନିଜର ବୟାନ ରଖିଛନ୍ତି ।

ଲୋକପ୍ରିୟ ଟିଭି ଶୋ ପବିତ୍ର ରିସ୍ତାର ପାର୍ଟ-୨ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଆଉ ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଏନେଇ ଶୋ’ର କାଷ୍ଟ୍ ମାନେ ସୂଚନା ଦେଇଛନ୍ତି । ଶୋ’ର କାଷ୍ଟଙ୍କ ସହିତ ଏକତା କପୁର, ଅଲ୍ଟ ବାଲାଜୀ ଏବଂ ଜି୫ କିଛି ଫଟୋ ଓ ଭିଡିଓ ସେୟାର୍ କରିଛନ୍ତି । ସେହିପରି ଅଙ୍କିତା ମଧ୍ୟ ଏନେଇ ନିଜର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ କିଛି ଫୋଟ ସେୟାର୍ କରିଛନ୍ତି ।

ଏହାକୁ ନେଇ କଙ୍ଗନା ରିଆକ୍ଟ କରି, ଅଙ୍କିତା ସେୟାର୍ କରିଥିବା କିଛି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଏହା ସହିତ ଏକ କ୍ୟାପସନ୍ ରେ ଲେଖିଛନ୍ତି ଯେ, “ଅଲ୍ ଦ ବେଷ୍ଟ ଅଙ୍କିତା ଲୋଖଣ୍ଡେ, ପବିତ୍ର ରିସ୍ତାର ନୁଆ ଏପିସୋଡ୍ ଦେଖିବାକକୁ ଆଉ ଅଧିକ ଅପେକ୍ଷା କରିହେଉନି” ।

 

View this post on Instagram

 

A post shared by ALTBalaji (@altbalaji)

ସୂଚନାଯୋଗ୍ୟ ଯେ, ପବିତ୍ର ରିସ୍ତା-୨ରେ ଅଙ୍କିତାଙ୍କ ସହିତ ସୁଶାନ୍ତ ସିଂ ରାଜପୁତଙ୍କ ସ୍ଥାନରେ ଶାହିର୍ ଶେଖ୍ ନଜର ଆସିବାକ ଯାଉଛନ୍ତି । ପ୍ରଥମ ସିଜନ୍ ରେ ସୁଶାନ୍ତଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଆଜି ବି ତାଙ୍କୁ ଫ୍ୟାନ୍ସ ମାନେ ମନେ ରଖିଛନ୍ତି ।

 

Get real time updates directly on you device, subscribe now.