fbpx

କଙ୍ଗାରୁ କୋର୍ଟରେ ମୃତ୍ୟୁଦଣ୍ଡ ! ଗୁଣିଆ ସନ୍ଦେହରେ ପଦିଆକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ମାଲକାନାଗିରି, (ଭାସ୍କର ନ୍ୟୁଜ୍‌) : ଗୁଣିଗାରେଡ଼ି ସନ୍ଦେହରେ ଗାଁର କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ । ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଘଟିଛି । ମୃତବ୍ୟକ୍ତି ଜଣକ ହେଲେ ପଦିଆ ମାଡ଼କାମୀ । ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି ।

ଗତ କିଛି ଦିନ ହେବ ଏହି ଗାଁରେ କିଛି ଲୋକଙ୍କ ଦେହ ନିୟମିତ ଭାବେ ଅସୁସ୍ଥ ରହୁଥିଲା । ଗ୍ରାମବାସୀ ସନ୍ଦେହ କରୁଥିଲେ ଯେ, ପଦିଆ ଗୁଣିଗାରେଡ଼ି କରିବା ଯୋଗୁଁ ଏଭଳି ଅଘଟଣ ଘଟିଚାଲିଛି । ବୁଧବାର ସକାଳେ ଏନେଇ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ସେଠାକୁ ପଦିଆକୁ ମଧ୍ୟ ଡକାଯାଇଥିଲା । ହେଲେ ବୈଠକରେ ଆଲୋଚନା ଚାଲିଥିବା ବେଳେ କିଛି ଲୋକ ଉତ୍ତ୍ୟକ୍ତ ହୋଇ ଠେଙ୍ଗାରେ ପଦିଆକୁ ଆକ୍ରମଣ କରିଥିଲେ । ବାପାକୁ ଗ୍ରାମବାସୀ ଆକ୍ରମଣ କରୁଥିବା ଦେଖି ପୁଅ ଅଟକାଇଥିଲା । ହେଲେ ଗ୍ରାମବାସୀମାନେ ପୁଅକୁ ମଧ୍ୟ ଛାଡ଼ିନଥିଲେ । ତାକୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଫଳରେ ସେ ଭୟରେ ଘଟଣାସ୍ଥଳରୁ ପଳାଇଯାଇଥିଲା । ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପଦିଆକୁ ପିଟିପିଟି ହତ୍ୟା କରିଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.