ହାଟ୍ ଆଟାକ ନେଲା ଆଉ ଜଣେ ଅଭିନେତାଙ୍କ ଜୀବନ
୨୦୦୭ ମସିହାରେ ସ୍ୱଗତ ପୁନୀତ ରାଜକୁମାର ଓ ଦିଲୀପ ରାଜଙ୍କ ଅଭିନିତ ଫିଲ୍ମ ମିଲାନ ବଡ଼ ପରଦାକୁ ଆସିଥିଲା। ଏହି ଫିଲ୍ମରେ ଦିଲୀପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିଥିଲେ
ଇାଙ୍ଗାଲୁରୁ: ଆଉ ନାହାନ୍ତି କନ୍ନଡ଼ ଫିଲ୍ମ ଅଭିନେତା ଦିଲୀପ ରାଜ। ହାଟ୍ ଆଟାକରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ୪୭ ବର୍ଷ ହୋଇଥିଲା। ଏନେଇ ପରିବାର ପକ୍ଷରୁ ଖବର ମିଳିଛି।
ଦିଲୀପ ରାଜ କେବଳ ଜଣେ ଅଭିନେତା ନୁହେଁ। ସେ କନ୍ନଡ଼ ଫିଲ୍ମରେ ଜଣେ ଜଣାଶୁଣା ପ୍ରଯୋଜକ ମଧ୍ୟ। ସେ ଅନେକ ଫିଲ୍ମ ଓ ଧାରାବାହିକର ପ୍ରଯୋଜନା କରିଛନ୍ତି। ପରିବାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଜି ସକାଳେ ଶ୍ରୀ ରାଜଙ୍କ ଛାତି ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ସତଟେଷ୍ଟା ସାତ୍ତ୍ୱେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ। ତାଙ୍କୁ ମୃତ ଘୋଷଣା କରିଥିଲେ।
୨୦୦୭ ମସିହାରେ ସ୍ୱଗତ ପୁନୀତ ରାଜକୁମାର ଓ ଦିଲୀପ ରାଜଙ୍କ ଅଭିନିତ ଫିଲ୍ମ ମିଲାନ ବଡ଼ ପରଦାକୁ ଆସିଥିଲା। ଏହି ଫିଲ୍ମରେ ଦିଲୀପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିଥିଲେ।
ଆଉ ରାତାରାତି ଚର୍ଚ୍ଚିତ ଅଭିନେତା ବନି ଯାଇଥିଲେ। ସିନେ ପ୍ରେମୀଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ। ତାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ୟୁଟର୍ଣ୍ଣ, ବୟଫ୍ରେଣ୍ଡ ପରି ବହୁ ବିଗ ବଜେଟ୍ ଫିଲ୍ମରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ପ୍ରଯୋଜନା କରିବା ପାଇଁ ମନସ୍ତ କରିଥିଲେ। ଆଉ ବହୁ ମେଗା ଧାରାବିହିକର ପ୍ରଯୋଜନା କରିଥିଲେ।
ମିଳିଥିବା ସୂଚନା ଅନୁସାରେ ଦିଲୀପ ରାଜଙ୍କ ଅଭିନୟ ଯାତ୍ରା ‘କମ୍ବଦ ମାନେ’ ନାମକ ଏକ ଟେଲିଫିଲ୍ମରୁ ଆରମ୍ଭ ହୋଇଥିଲା। ଯାହା କନ୍ନଡ ଟେଲିଭିଜନର ଦ୍ଵାର ପ୍ରସାରିତ ହୋଇଥିଲା। ଏହା ପରେ ତୁରନ୍ତ ସେ ଲୋକପ୍ରିୟ ସିରିଏଲ ‘ଜନନୀ’ରେ ଏକ ଭୂମିକା ପାଇଲେ। ଯେଉଁଠାରେ ସେ ବରିଷ୍ଠ ଅଭିନେତ୍ରୀ ଭାରତୀ ବିଷ୍ଣୁବର୍ଦ୍ଧନଙ୍କ ନାତି ଚରିତ୍ରରେ ଅଭିନୟ କରିଥିଲେ। ଦିଲୀପ ରାଜ ଅନେକ ସଫଳ ଟେଲିଭିଜନ ସିରିଏଲ ମାଧ୍ୟମରେ କନ୍ନଡ ଜନମାନସରେ ଏକ ପରିଚିତ ଚେହେରା ପାଲଟିଗଲେ। ଯେଉଁଥିରେ ‘ଜନନୀ’, ‘ଅର୍ଦ୍ଧ ସତ୍ୟ’, ‘ରଙ୍ଗୋଲି’, ‘କୁମକୁମ ଭାଗ୍ୟ’, ‘ମାଙ୍ଗଲ୍ୟ’, ‘ମାଲେବିଲ୍ଲୁ’, ‘ପ୍ରୀତିଗାଗୀ’ ଏବଂ ‘ରଥସପ୍ତମୀ’ ଆଦି ରହିଛି।
ଅଭିନୟ ବ୍ୟତୀତ ଦିଲୀପ ଜଣେ ଡବିଂ କଳାକାର। ‘ଆ ଦିନାଗାଲୁ’ ଭଳି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ। ଯେଉଁଠାରେ ସେ ଅଭିନେତା ଚେତନ କୁମାରଙ୍କ ପାଇଁ ଡବିଂ କରିଥିଲେ। ସେ ୨୪ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ଓ ଟେଲିଭିଜନରେ କାମ କରୁଥିବା ସମୟରେ ମଧ୍ୟ ସେ ରଙ୍ଗମଞ୍ଚଠାରୁ କେବେହେଲେ ଦୂରେଇ ଯାଇନାହାନ୍ତି। ଯେଉଁ ରଙ୍ଗମଞ୍ଚରୁ ଅଭିନୟ ଶିଖିଥିଲେ, ତାହାର ପୁନରୁଦ୍ଧାର କରିଥିଲେ।
ପୂର୍ବରୁ ସାଉଥ୍ ସୁପର ଷ୍ଟାର ପୁନୀତ ରାଜକୁମାରଙ୍କର ମୃତ୍ୟୁ ହୋଇଥିଲେ। ତାଙ୍କର ମଧ୍ୟ ହାଟ ଆଟାକରେ ମୃତ୍ୟୁ ହୋଇଥିଲା। ସେ ସକାଳେ ବ୍ୟାୟାମ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

