fbpx

ଭୁଲ୍ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ପ୍ରାଣ

ଭୁଲ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ । କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କ ଭୁଲ୍ ପ୍ଲାଷ୍ଟିକ ସର୍ଜରୀ ଯୋଗୁଁ ମୃତ୍ୟୁ ହୋଇଛି । ମଙ୍ଗଳବାର ବେଙ୍ଗାଲୁରୁର ଏକ ବେସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ସର୍ଜରୀ ସମୟରେ ଫୁସୁଫୁସରେ ପାଣି ଜମିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନା ଅନୂଯାୟୀ, ଗତକାଲି ପ୍ଲାଷ୍ଟି ସର୍ଜରୀ ଦ୍ୱାରା ମୋଟାପଣ କମାଇବା ପାଇଁ ସେ ରାଜାଜୀନଗର ସ୍ଥିତ ଶେଟ୍ଟୀ କସମେଟିକ୍ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ତେବେ ସର୍ଜରୀ ଯୋଜନା ମୁତାବକ ହୋଇନଥିଲା । ଡାକ୍ତରଙ୍କ ଭୁଲ ସର୍ଜରୀ ଯୋଗୁଁ ତାଙ୍କ ଫୁସଫୁସରେ ପାଣି ଜମିବାରେ ଲାଗିଥିଲା ଏବଂ ତାଙ୍କୁ ଧୀରେ ଧୀରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହାପରେ ଶେଟ୍ଟୀ ହସ୍ପିଟାଲର ଡାକ୍ତର ତାଙ୍କୁ କାଦୀ ହସ୍ପିଟାଲକୁ ନେଇଥିଲେ ଏବଂ ସେଠାରେ ଡାକ୍ତରଙ୍କୁ ଚେତନାଙ୍କର ହାର୍ଟ ଆଟାକ୍ ହୋଇଥିବା ନେଇ କହିଥିଲେ ।

ଫଳରେ କାଦୀ ହସ୍ପିଟାଲରେ ଡାକ୍ତର ଚେତନାଙ୍କୁ ୪୫ ମିନିଟ୍ ଧରି ସିପିଆର ଚିକିତ୍ସା ଦେଇଥିଲେ କିନ୍ତୁ ଚେତାନଙ୍କୁ ବଞ୍ଚାଇପାରିନଥିଲେ । କିନ୍ତୁ ପରେ କାଦୀ ପୋଲିସ ହସ୍ପିଟାଲ ଆଇସିୟୁ ମୁଖ୍ୟ ପୋଲିସରେ ଏକ ମାମଲା ରୁଜୁ କରିଥିଲେ ଏବଂ କହିଥିଲେ ଯେ ଚେତନାଙ୍କୁ ହାର୍ଟ ଆଟାକ୍ ଆସିନଥିଲା । ସେ ଅଭିଯୋଗ କରିଥିଲେ ଯେ ଶେଟ୍ଟୀ ହସ୍ପିଟାଲ ପୂର୍ବରୁ ହିଁ ଜାଣିଥିଲେ ଯେ ଚେତନାଙ୍କ ମୃତ୍ୟୁ ହୋଇଯାଇଛି ।

ମିଳିଥିବା ସୂଚନା ଅନୂଯାୟୀ, ଚେତନା ନିଜ ସର୍ଜରୀ ନେଇ ପରିବାର ଲୋକଙ୍କୁ ଜଣାଇନଥିଲେ । ସେପଟେ ତାଙ୍କର ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଚେତନା କନ୍ନଡ଼ର ଜଣେ ଲୋକପ୍ରିୟ ଟିଭି କଳାକାର ଭାବରେ ପରିଚିତ ଥିଲେ ଲୋକପ୍ରିୟ ଧାରାବାହିକ ଗୀତା ଏବଂ ଡୋରେସାନୀରେ ଅଭିନୟ କରିଛନ୍ତି ।

Get real time updates directly on you device, subscribe now.