ଶେଷ ହେଉନି କଲେକ୍ସନ, ବକ୍ସ ଅଫିସରେ ତଗଡା ରୋଜଗାର କରୁଛି ରିଷଭ ଶେଟ୍ଟୀଙ୍କ ଫିଲ୍ମ
ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗୁଛି କାନ୍ତାରା ଚାପ୍ଟର ୧ । ୯ ଦିନରେ ୫୦୦ କୋଟି ରୋଜଗାର ।
ମୁମ୍ବାଇ: ରିଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏବଂ ଅଭିନୀତ , “କାନ୍ତାରା ଚାପ୍ଟର ୧” ଗତ ଅକ୍ଟୋବର ୨ ତାରିଖରେ ମୁକ୍ତିଲାଭ କରିବା ପରଠାରୁ ଦମଦାର କଲେକ୍ସନ କରିଆସୁଛି। ମୁକ୍ତିଲାଭର ମାତ୍ର ନଅ ଦିନ ମଧ୍ୟରେ, ଫିଲ୍ମଟି ଭାରତରେ ୩୫୦ କୋଟି ଆୟ କରିଛି।
SacNilc ଅନୁଯାୟୀ, ଫିଲ୍ମଟି ଗତକାଲି ୨୨ କୋଟି ଆୟ କରିଛି । ଯାହାକୁ ମିଶେଇ ଘରୋଇ ବକ୍ସ ଅଫିସରେ ମୋଟ କଲେକ୍ସନ ୩୫୯.୪୦ କୋଟିକୁ ଛୁଇଁଛି। କେବଳ ପ୍ରଥମ ସପ୍ତାହରେ ହିଁ, ଫିଲ୍ମଟି ୩୩୭.୪ କୋଟି ଆୟ କରିଛି।
ବକ୍ସ ଅଫିସ ରିପୋର୍ଟ: ମୁକ୍ତିଲାଭର ପ୍ରଥମ ଦିନରେଫିଲ୍ମଟି ଜବରଦସ୍ତ ଓପନିଂ କରିଥିଲା ଏବଂ ୬୧.୮୫ କୋଟି ଟଙ୍କା ରୋଜଗାର କରିଥିଲା । ସେହିପରି ଶୁକ୍ରବାର ୪୫.୪, ଶନିବାର ୫୫ କୋଟି, ରବିବାର ୬୩ କୋଟି, ସୋମବାର ୩୧.୫ କୋଟି, ମଙ୍ଗଳବାର ୩୪.୨୫ କୋଟି, ବୁଧବାର ୨୫.୨୫ କୋଟି ଟଙ୍କା ରୋଜଗାର କରିଥିଲା। ଅଷ୍ଟମ ଦିନ ଅର୍ଥାତ୍ ଗୁରୁବାର ଦିନ ୨୧.୧୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ ନବମ ଦିନ ତଥା ଗତକାଲି ଫିଲ୍ମଟି ୨୨ କୋଟି ଟଙ୍କା ରୋଜଗାର କରିଛି ।
ଫିଲ୍ମ ପାଇଁ ବଢୁଛି କ୍ରେଜ୍: “କାନ୍ତାରା ଚାପ୍ଟର ୧” ମୋଟ ୩୫୯.୪୦ କୋଟି ଆୟ ସହିତ, ଏପର୍ଯ୍ୟନ୍ତ ବର୍ଷର ସବୁଠାରୁ ବଡ଼ ହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇପାରିଛି। ଫିଲ୍ମ ପାଇଁ କ୍ରେଜ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶଂସକମାନେ ଏହାର ଦ୍ୱିତୀୟ ସପ୍ତାହାନ୍ତରେ କିପରି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ଉତ୍ସୁକ ଅଛନ୍ତି। ସେପଟେ କିନ୍ତୁ ରିଷଭ ଶେଟ୍ଟୀଙ୍କ ଏହି ଫିଲ୍ମଟି ସାରା ବିଶ୍ୱରେ ୫୦୯.୨୫ କୋଟି ଆୟ କରିଛି।
