fbpx

ନୂଆ ରଙ୍ଗରେ ପରଦାକୁ ଫେରୁଛି କପିଲ ଶର୍ମା ଶୋ’: ଏଥର ଆପଣଙ୍କ ପାଇଁ ନୂଆ ଯୋଜନା କରୁଛି ଟିମ୍

ମୁମ୍ବାଇ: ପୁଣି ଥରେ ଟେଲିଭିଜନ ପରଦାକୁ ଫେରୁଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ । ଦୀର୍ଘ ଦିନରୁ ଏହି ଶୋ’କୁ ଖୁବ ଉତ୍ସାହର ସହ ଅପେକ୍ଷା କରିଥିଲେ ଦର୍ଶକ । ଏବେ ସବୁ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ଟିଭି ପରଦାକୁ ଫେରୁଛି ଏହି କାର୍ଯ୍ୟକ୍ରମ । ତେବେ ଏଥର କିଛି ନୂଆ ରୂପରେ ଏବଂ ନୂଆ ରଙ୍ଗରେ ଲୋକଙ୍କୁ ଏଣ୍ଟରଟେନ କରିବେ କପିଲ ଆଣ୍ଡ ଟିମ୍ । ଦର୍ଶକଙ୍କ ପାଇଁ କିଛି ନୂଆ ଯୋଜନା ସହ ଫେରୁଛନ୍ତି କପିଲ ଶର୍ମା । ଆପଣଙ୍କ ପାଖରେ ଯଦି ଟାଲେଣ୍ଟ ଅଛି, ତେବେ ଆପଣ ମଧ୍ୟ ଏହି ଶୋ’ରେ ଭାଗ ନେଇପାରିବେ ।

ଟିଭି ପରଦାକୁ ପୁଣି ଫେରିବା ନେଇ ସୋସିଆଲ ମିଡିଆରେ ଖୁସି ଖବର ଦେଇଛନ୍ତି କପିଲ ଶର୍ମା ଶୋ’ର ଟିମ୍ । ସୋନି ଟିଭିର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏ ନେଇ ଏକ ପୋଷ୍ଟ କରିଛି କପିଲଙ୍କ ଟିମ୍ । ଖୁବଶୀଘ୍ର ଟିଭି ପରଦାକୁ ଶୋ’ ଫେରୁଛି ବୋଲି ଏହି ଭିଡିଓ ମାଧ୍ୟମରେ ଘୋଷଣା କରିଛନ୍ତି କପିଲ । ଏଥିସହିତ କମେଡିରେ କ୍ୟାରିୟର କରିବାକୁ ଚାହୁଁଥିବା କଳାକାରମାନଙ୍କ ପାଇଁ ଏହା ଏକ ସୁଯୋଗ ବୋଲି ସେ କହିଛନ୍ତି ।

ଏହି ପୋଷ୍ଟରେ ଶୋ’ ପାଇଁ ନୂଆ କଳାକାରଙ୍କ ଅଡିସନକୁ ନେଇ ମଧ୍ୟ କୁହାଯାଇଛି । ପୋଷ୍ଟରେ ଲେଖାଯାଇଛି, ଭାରତର ମୋଷ୍ଟ ପପୁଲାର ଶୋ’ ଖୁବ ଶୀଘ୍ର ପେରୁଛି ଏବଂ ଏଥର ଏହି ପରିବାରରେ ନୂଆ ସଦସ୍ୟ ମଧ୍ୟ ସାମିଲ ହେବେ । ଅର୍ଥାତ୍ ଆପଣଙ୍କୁ ବି ଯଦି ଏହି ଶୋ’ରେ କମେଡିର ଜଲୱା ଦେଖାଇବାର ଅଛି, ତେବେ ଆପଣ ଅଡିସନ ଦେଇପାରନ୍ତି ।

Get real time updates directly on you device, subscribe now.