fbpx

ଲୋକପ୍ରିୟତାରେ ଭାଇଜାନଙ୍କୁ ଟପିଲେ କମେଡି କିଙ୍ଗ: ଏହି ତାଲିକାରେ ପ୍ରଥମ ସ୍ଥାନରେ କପିଲ ଶର୍ମା

ଲୋକପ୍ରିୟତାରେ ସଲମାନଙ୍କୁ ପଛରେ ପକାଇଲେ କମେଡି କିଙ୍ଗ୍ । ଲୋକପ୍ରିୟତାରେ ସଲମାନଙ୍କୁ ପଛରେ ପକାଇଛନ୍ତି କପିଲ ଶର୍ମା । କାରଣ ସଲମାନ ଖାନ ହିନ୍ଦୀ ଟେଲିଭିଜନ ସବୁଠାରୁ ଲୋକପ୍ରିୟ ସେଲିବ୍ରିଟି ଲିଷ୍ଟରେ ଦ୍ୱିତୀୟ ସ୍ଥାନ ମିଳିଛି । ଆଉ କପିଲ ଶର୍ମା ପ୍ରଥମ ସ୍ଥାନରେ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏହି ଲିଷ୍ଟ ଓରମ୍ୟାକ୍ସ ମିଡିଆ ପକ୍ଷରୁ ଜାରି କରାଯାଇଛି । ଏହି ସୂଚନା ଅନୁଯାୟୀ ବର୍ତ୍ତମାନ କପିଲ ଶର୍ମା ଲୋକପ୍ରିୟତାରେ ସଲମାନ ଖାନ ଏବଂ ଅମିତାଭ ବଚ୍ଚନଙ୍କ ଭଳି ସେଲିବ୍ରିଟିଙ୍କୁ ଟପିଯାଇଛନ୍ତି ।

ଓରମ୍ୟାକ୍ସ ମିଡିଆ ସୋସିଆଲ ମିଡିଆ ପକ୍ଷରୁ ଜାରି କରାଯାଇଥିବା  ଟପ୍ ୫ ‘ମୋଷ୍ଟ ନନ୍ ଫିକ୍ସନ ପର୍ସନାଲିଟି’ ଲିଷ୍ଟରେ କପିଲ ଶର୍ମାଙ୍କୁ ପ୍ରଥମ ସ୍ଥାନ ମିଳିଥିବା ବେଳେ ସଲମାନଙ୍କୁ ଦ୍ୱିତୀୟ ସ୍ଥାନ ମିଳିଛି । ସେହିଭଳି ତୃତୀୟ ସ୍ଥାନରେ ଅମିତାଭ ବଚ୍ଚନ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ବିଗ ବସର ଚର୍ଚ୍ଚିତ ଯୋଡ଼ି ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରା ରହିଛନ୍ତି । କପିଲ ଲୋକପ୍ରିୟତା ଭାବରେ ସଲମାନଙ୍କୁ ପଛରେ ପକାଇବା ଅନେକ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସେପଟେ ଏହି ଲିଷ୍ଟକୁ ନେଇ ଫ୍ୟାନମାନେ ଉତ୍ସାହିତ ଥିବାବେଳେ । କିଛି ଫ୍ୟାନ ଏହି ରେଟିଙ୍ଗ ଉପରେ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.