fbpx

‘ଓଡ଼ିଶା ଭାସ୍କର’ ର ମହାପ୍ରଭାବ: ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଲା ବନବିଭାଗ, ବନ୍ଦ ହେଲା ଚୋରା କରତକଳ

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): ଗୁଣାଦୋଳରେ ଚୋରା କରତକଳ ଚଳାଉଥିବା ବେଳେ ସେଠାରେ ଥିବା ଲକ୍ଷ୍ୟାଧିକ ଟଙ୍କାର କାଠ ଗଚ୍ଛିତ ଥିଲା । ଏହାର ଖବର ଓଡ଼ିଶା ଭାସ୍କର ଖବର କାଗଜରେ ଖବର ପ୍ରସାରଣ କରାଯାଇଥିଲା । ଏହି ଖବର ପ୍ରସାରଣ ହେବାର ୨୪ଘଣ୍ଟା ମଧ୍ୟରେ କଟକ ଡ଼ିଏଫ୍‌ଓଙ୍କ ନିର୍ଦ୍ଦେଶରେ ଫୁଲନଖରା ରେଞ୍ଜର ରବୀନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏହି ଚୋରା କରତକଳ ଉପରେ ଚଢ଼ାଉ କରାଯାଇ ସମସ୍ତ ଯନ୍ତ୍ରାଂଶକୁ ଖୋଲି ଦିଆଯାଇଛି ।

ଏଠାରେ ସୂଚନା ଥାଉ କି ଦୀର୍ଘବର୍ଷ ହେବ ଉକ୍ତ ଚୋରା କରତକଳଟି ସ୍ଥାନୀୟ ଅଞ୍ଚଳମାନଙ୍କରୁ ବହୁ ମୂଲ୍ୟବାନ୍‌ ଗଛ କଟାଯାଇ ଏଠାରେ ଚିରା ଯାଉଥିଲା । ଏହି ଚୋରା କରତକଳକୁ ଏକ ଧାନକଳ ନାମରେ ବିଦ୍ୟୁତ୍‌ ସଂଯୋଗ ନିଆଯାଇ ରାତ୍ରବେଳା କାଠ ଚିରାଯାଉଥିଲା । ସ୍ଥାନୀୟ କିଛି କୁଜି ନେତାଙ୍କୁ ସାଙ୍ଗରେ ରଖି ଏହାର ମାଲିକ କୈଳାସ ମହାରଣା ନିଜର ପ୍ରଭାବ ବିସ୍ତାର କରିଥିଲା । ଏଭଳିକି ଖବର ପ୍ରସାରଣ କରିବା ନିମନ୍ତେ ଯାଉଥିବା ପ୍ରତିନିଧିଙ୍କୁ ଜୀବନରୁ ମାରିଦେବା ଓ ଉଠାଇନେବାର ଧମକ ମଧ୍ୟ ଦେଉଥିଲା । ଏହି ଚଢ଼ାଉପ ରେ ଫରେଷ୍ଟର ସୂର୍ଯ୍ୟକାନ୍ତ ସାହୁ, ସୁକାନ୍ତ ବେହେରା ଓ ବନ ବିଭାଗ କର୍ମଚାରୀ ଉକ୍ରଳ ବେହେରା, ଧୂସାସନ ସାହୁ, କୃଷ୍ଣଚନ୍ଦ୍ର ବସ୍ତିଆ, ସଂଗ୍ରାମ କେଶରୀ ସାହୁ ଉପସ୍ଥିତ ରହି ଏଥିରେ ସାମିଲ୍‌ ହୋଇଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.