fbpx

ଆଶ୍ରମରେ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରି କଲେ ଯଜ୍ଞ, ପରଦିନ ପୁଅ ଏବଂ ତା ପରଦିନ ବାପା ନିଖୋଜ

କାନପୁର: କରୋଲୀ ଆଶ୍ରମର ଅନ୍ୟ ଏକ ମାମଲାରେ ପୋଲିସ ତଦନ୍ତ କରିବା ଆରମ୍ଭ କରିବା କଥା ସାମ୍ନାକୁ ଆସିଛି । ଝାରଖଣ୍ଡ ଜିଲ୍ଲାରୁ ଚିକିତ୍ସା ପାଇଁ ଆସିଥିବା ଏକ ପରିବାର କରୋଲୀ ଆଶ୍ରମ ଉପରେ ପ୍ରଶ୍ନ କରିଛନ୍ତି । ପରିବାର ନିଜ ଛୋଟ ପୁଅ ଏବଂ ଝିଅଙ୍କ ଚିକିତ୍ସା ପାଇଁ କରୋଲୀ ଆଶ୍ରମରେ ପହଁଚିଥିଲେ । ଆଶ୍ରମରେ ହେଉଥିବା ହୋମର ପରଦିନ ରୋଗାକ୍ରାନ୍ତ ପୁଅ ନିଖୋଜ ଏବଂ ତା ପୁଅର ପିତା ତଥା ପରିବାରର ମୁଖିଆ ମଧ୍ୟ ନିଖୋଜ ଥିଲେ ।

ଅଭିଯୋଗ ଅନୁସାରେ, ଝାରଖଣ୍ଡର ଦେବଘରୁ ଆସୁଥିବା ଏକ ପରିବାର, ମାନସିକ କ୍ଷେତ୍ରରେ ଦୁର୍ବଳ ଥିବା ଜଣେ ପୁଅର ଚିକିତ୍ସା ପାଇଁ ୨୪ ଜାନୁଆରୀ କରୋଲୀ ଆଶ୍ରମ ଆସିଥିଲେ । ପରିଜନମାନେ କରୋଲୀ ଶଙ୍କର ମହାଦେବଙ୍କ ଅଶ୍ରମରେ ପହଁଚିଥିଲେ । କରୋଲୀ ଶଙ୍କର ମହାଦେବ ବାବା ହୋମ ସେମାନଙ୍କୁ ପୂଜା କରିବାକୁ କହିଥିଲେ । ହୋମ ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅଶ୍ରମ ତରଫରୁ କୁହାଯାଇଥିଲା ।

ତେବେ ୨୫ ଜାନୁଆରୀରେ ପରିବାର ତରଫରୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯଜ୍ଞ କରିଥିଲେ । ଯଜ୍ଞର ପରଦିନ ଅର୍ଥାତ ୨୬ ଜାନୁଆରୀ ଦିନ ମାନସିକ ଦୁର୍ବଳ ଥିବା ପୁଅ ନିଖୋଜ ଅଛି । ପରିବାର ଲୋକେ ପୁଅକୁ ଖୋଜିବାରେ ଲାଗିଲେ । ଏହାର ପରଦିନ ଅର୍ଥାାତ ୨୭ ତାରିଖରେ ପରିବାରର ମୁଖିଆ ମଧ୍ୟ ନିଖୋଜ ଅଛନ୍ତି । ଏହାପରେ ପରିବାର ଲୋକେ ୨ଜଣଙ୍କୁ ଖୋଜିବାରେ ଲାଗିଲେ ।

ନିଖୋଜର ଦଶ ଦିନପରେ ୧୫୦କିମି ଦୂରରେ ଥିବା ଗ୍ରାମରେ ମାନସିକ ସ୍ତରରେ ଦୁର୍ବଳ ଥିବା ପୁଅକୁ ପରିବାର ଲୋକେ ପାଇଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ ଦୁଇ ମାସ ହେଲାଣି ବାପାର ପତ୍ତା ମିଳୁନି । ଏନେଇ ପରିବାର ଲୋକେ ଫେବୃଆରୀ ୯ତାରିଖରେ କାନପୁର ପୋଲିସ ଷ୍ଟେସନରେ ନିଖୋଜର ରିପୋର୍ଟ ଲେଖିଛନ୍ତି । ବର୍ତ୍ତମାନ ପୋଲିସ ନିଖୋଜ ଥିବା ପରିବାରରେ ମୁଖିଆଙ୍କୁ ଖୋଜିବାରେ ଲାଗିଛନ୍ତି ।

Get real time updates directly on you device, subscribe now.