fbpx

ଫିଲ୍ମ ‘ଫ୍ରେଡି’ରେ ଦେଖିବାକୁ ମିଳିବ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଚମତ୍କାର ଟ୍ରାନ୍ସଫର୍ମେସନ୍‌ , ୧୪ କେ.ଜି. ଓଜନ ବଢାଇଲେ ଅଭିନେତା

ମୁମ୍ବାଇ (ଭାସ୍କର ନ୍ୟୁଜ୍): କାର୍ତ୍ତିକ ଆର୍ଯ୍ୟନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଫ୍ରେଡି’ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ସେ ନିୟମିତ ଭାବେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ତାଙ୍କ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍‌ ଦେଉଛନ୍ତି । କାର୍ତ୍ତିକ ତାଙ୍କର ଚମତ୍କାର ଅଭିନୟ ସହିତ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି, ବର୍ତ୍ତମାନ ସେ ତାଙ୍କର ଚମତ୍କାର ଟ୍ରାନ୍ସଫର୍ମେସନ୍‌ ପାଇଁ ଚର୍ଚ୍ଚାରେ ରହିଛନ୍ତି ।

ଏକତା କପୁରଙ୍କ ଫ୍ରେଡିରେ ତାଙ୍କ ଭୂମିକା ପାଇଁ କାର୍ତ୍ତିକ ପ୍ରାୟ ୧୨ ରୁ ୧୪ କିଲୋଗ୍ରାମ ଓଜନ ବଢାଇଛନ୍ତି । କାର୍ତ୍ତିକ ଆର୍ଯ୍ୟନଙ୍କ ଫିଟନେସ୍‌ ଟ୍ରେନର୍‌ ସମୀର ଜୌରା ଏହି ସୂଚନା ଦେଇଛନ୍ତି । ନିକଟରେ ସେ ଏକ ଇଣ୍ଟରଭ୍ୟୁରେ ‘ଫ୍ରେଡି’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ଭୂମିକା ପାଇଁ ତାଙ୍କ ଟ୍ରାନ୍ସଫର୍ମେସନ୍‌ ଏବଂ ଓଜନ ବୃଦ୍ଧି ବିଷୟରେ କହିଛନ୍ତି । ସମୀର ଜୌରା କହିଛନ୍ତି- ‘ଟ୍ରାନ୍ସଫର୍ମେସନ୍‌ ମୋଟା କିମ୍ବା ପତଳା ହେବାରେ ସୀମିତ ନୁହେଁ । ଏଥିରେ ବେଳେବେଳେ ଫ୍ୟାଟ୍‌ ଲଗାଇବା ବି ଅନ୍ତର୍ଭୁକ୍ତ ହୋଇଥାଏ । ଏଥିାଇଁ ଡିସି୍ଲିନ୍‌ ଆବଶ୍ୟକ ହୋଇଥାଏ ଏବଂ ବ୍ୟାୟାମ ଯୋଜନା ଆଉ ସଠିକ୍‌ ଡାଏଟ୍‌ ଅନୁସରଣ କରିବାକୁ ପଡିଥାଏ । ଫ୍ରେଡୀରେ ତାଙ୍କର ଲୁକ୍‌ ହାସଲ କରିବା ପାଇଁ କାର୍ତ୍ତିକ ୧୪ କିଲୋଗ୍ରାମ ଓଜନ ବଢାଇଛନ୍ତି ।

Get real time updates directly on you device, subscribe now.