fbpx

KBC ୧୩ର ପ୍ରଥମ କୋଟିପତି ହିମାନୀ ଏହି ଜିନିଷରେ ଖର୍ଚ୍ଚ କରିବେ ଜିତିଥିବା ଧନରାଶି

ନୂଆଦିଲ୍ଲୀ: କୌନ୍ ବନେଗା କରୋଡପତିର ୧୩ ତମ ସିଜନ୍ ଆରମ୍ଭ ହେବାପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ତେବେ ଆରମ୍ଭ ନହେଉଣୁ ଏହି ସଜନ୍ ର ପ୍ରଥମ କୋଟିପତି ବନିଛନ୍ତି ହିମାନୀ ବୁନ୍ଦେଲା । ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ପଛରେ ରହିନାହାନ୍ତି । ନିଜର ଟ୍ୟାଲେଣ୍ଟ୍ ବଳରେ ସେ ପ୍ରଥମ କୋଟିପତି ହୋଇଛନ୍ତି । ତେବେ ଏହି ଏପିସୋଡ ଟେଲିକାଷ୍ଟ ହେବା ବାକି ଅଛି । ହେଲେ ଏହାର ଅଫିସିଆଲ୍ ଘୋଷଣା ଏବଂ ପ୍ରୋମୋରୁ ଏହି କଥାର ଖୁଲାସା ହୋଇଛି ।

ପ୍ରଥମ କୋଟିପତି ହୋଇଥିବା ହିମାନୀ କହିଛନ୍ତି ଯେ, ସେ ନିଜର ଜିତିଥିବା ଟଙ୍କା ରାଶି କେଉଁଥିରେ ଖର୍ଚ୍ଚ କରିବେ । ସେ ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ରୁହନ୍ତି । ମିଡିଆ ସହିତ କଥାବାର୍ତ୍ତା କରିବା ବେଳେ ସେ କହିଛନ୍ତି ଯେ, ଶୋରେ ସେ ଯେଉଁ ଟଙ୍କା ଜିତିଛନ୍ତି ତାକୁ ସେ କେଉଁଥିରେ ଖର୍ଚ୍ଚ କରିବେ କହିପାରିବେ ନାହିଁ । କିନ୍ତୁ ସେ ଏକ ଇନକ୍ଲୁସିଭ୍ କୋଚିଂ ଖୋଲିବାକୁ ଚାହୁଁଛନ୍ତି । ତାଙ୍କ ପାଖରେ ଏକ ଇନକ୍ଲୁସିଭ୍ ସ୍କୁଲ୍ ଅଛି କିନ୍ତୁ କୋଚିଂ ନାହିଁ । ଏଠାରେ ସେ ସବୁ ପ୍ରକାରର ଦିବ୍ୟାଙ୍ଗ ପିଲାମାନଙ୍କ ପାଠ ପଢାଇବେ ଏବଂ ପ୍ରତିଯୋଗିତା ମୁଳକ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବେ ।

ସୂଚନାଯୋଗ୍ୟ, ହିମାନୀ ହେଉଛନ୍ତି ଜଣେ ଦୃଷ୍ଟିହୀନ ପ୍ରତିଯୋଗୀ । ଅମିତାଭଙ୍କ ସହିତ ଆଗାମୀ ଏପିସୋଡ଼ରେ ତାଙ୍କୁ ହଟ୍ ସିଟ୍ ରେ ବସିଥିବା ଦେଖିବାକୁ ପାଇବେ ଦର୍ଶକ । ଏହି ପରିପ୍ରେକ୍ଷୀରେ ସୋନି ଟିଭି ପକ୍ଷରୁ ଏକ ଭିଡିଓ ସେୟାର୍ କରାଯାଇଛି ।

Get real time updates directly on you device, subscribe now.