ରୋମାଣ୍ଟିକ ଫିଲ୍ମରେ ନଜର ଆସିବେ ସାଉଥ୍ ସୁନ୍ଦରୀ କୀର୍ତ୍ତି ସୁରେଶ
କୀର୍ତ୍ତି ସୁରେଶ ଏହା ପୂର୍ବରୁ ଇମୋସନାଲ ଡ୍ରାମା, ରୋମାଣ୍ଟିକ ଓ କମର୍ସିଆଲ ଫିଲ୍ମରେ ନିଜର ଛାପ ଛାଡ଼ି ସାରିଛନ୍ତି
ମୁମ୍ବାଇ: ସାଉଥ୍ ସୁନ୍ଦରୀ କୀର୍ତ୍ତି ସୁରେଶ। ନିଜର ରୂପ ଲାବଣ୍ୟରେ ସାଉଥ୍ରେ ନିଜର ଅଭିନୟର ଛାପ ଛାଡିଛନ୍ତି। ତାଙ୍କର ସେହି ଅଭିନୟରେ ବାୟ ହୋଇଯାଇଛି ମୁମ୍ବାଇ ମାୟାନଗରୀ। ବଲିଉଡରେ ନିଜର ଦମଦାର ଅଭିନୟ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନ୍ୟାସନାଲ ଆୱାର୍ଡ ବିଜେତା ଅଭିନେତ୍ରୀ କୀର୍ତ୍ତି ଏ ପର୍ଯ୍ୟନ୍ତ ଅନେକ କମର୍ସିଆଲ ଓ ବିଷୟବସ୍ତୁ-ଭିତ୍ତିକ ଫିଲ୍ମରେ କାମ କରିଛନ୍ତି। ଏବେ ସେ ଏକ ନୂଆ ଫିଲ୍ମରେ ନଜର ଆସିବେ। ଯେଉଁଥିପାଇଁ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି।
ବଲିଉଡ ହଙ୍ଗାମାର ରିପୋର୍ଟ ଅନୁଯାୟୀ, କୀର୍ତ୍ତି ସୁରେଶ ଏକ ରୋମାଣ୍ଟିକ ମୁଭିରେ ନଜର ଆସିବେ। ଯଦିଓ ଏ ପର୍ଯ୍ୟନ୍ତ ଏହି ଫିଲ୍ମକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ, କିନ୍ତୁ ଫିଲ୍ମ ଜଗତରେ ଏହାର ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, ଏହା ଏକ ବଡ଼ ବଜେଟର ଫିଲ୍ମ ହେବ। ଏଥିରେ କୀର୍ତ୍ତି ସୁରେଶ ଏକ ଭିନ୍ନ ରୂପରେ ନଜର ଆସିବେ। ହେଲେ ତାଙ୍କ ବିପକ୍ଷରେ କିଏ ନାୟକ ହେବେ, ସେନେଇ ସ୍ପଷ୍ଟ ହୋଇନାହିଁ।
କୀର୍ତ୍ତି ସୁରେଶ ଏହା ପୂର୍ବରୁ ଇମୋସନାଲ ଡ୍ରାମା, ରୋମାଣ୍ଟିକ ଓ କମର୍ସିଆଲ ଫିଲ୍ମରେ ନିଜର ଛାପ ଛାଡ଼ି ସାରିଛନ୍ତି। ବିଶ୍ୱାସ କରାଯାଉଛି, ସେ ରୋମାଣ୍ଟିକ ଓ ଥ୍ରୀଲର ଫିଲ୍ମରେ ଭରପୂର ମନୋରଞ୍ଜନ ଦେବେ। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କର ସେହି ଫିଲ୍ମକୁ ନେଇ ଅପେକ୍ଷା ଅଛନ୍ତି।
ସୂଚନାରୁ ପ୍ରକାଶ; କୀର୍ତ୍ତି ସୁରେଶ ଗୋଟିଏ ପରେ ଗୋଟିଏ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି। କୀର୍ତ୍ତି ସୁରେଶ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ପ୍ରାୟତଃ ନିଜ ପ୍ରଶଂସକମାନଙ୍କ ସହ ଫଟୋ ଓ ଭିଡିଓ ସେୟାର କରନ୍ତି। କୀର୍ତ୍ତି ସୁରେଶଙ୍କ ପ୍ରତ୍ୟେକ ପୋଷ୍ଟ ଇଣ୍ଟରନେଟରେ ଆସିବା ମାତ୍ରେ ଛାଇଯାଏ।

