fbpx

ଇମ୍ୟୁନିଟି ପାୱାର ବଢାଇବାକୁ ଦିଲ୍ଲୀ ସରକାରଙ୍କ ନୂଆ ପ୍ଲାନ୍, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣ ଓ ଇମ୍ୟୁନିଟି ପାୱାର ବଢାଇବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ମହାମାରୀରେ ଅଧିକ ସଂକ୍ରମିତ ହୋଇଥିବା ଦିଲ୍ଲୀ ସରକାର ଏବେ ଲୋକଙ୍କୁ ଇମ୍ୟୁନିଟି ଶକ୍ତି ବଢାଇବାକୁ କାମ କରିବାକୁ ଯାଉଛନ୍ତି । ଦିଲ୍ଲୀ ସରକାର ଏଥିପାଇଁ ଏକ ପ୍ଲାନ କରିଛନ୍ତି, ଯେଉଁଥିରେ କରୋନାରୁ ଲଢୁଥିବା ପ୍ରତିରୋଧକ ଔଷଧ ଯୁକ୍ତ ଗଛକୁ ସମଗ୍ର ସହରରେ ଲଗାଯିବ ।

ତେବେ କେଜ୍ରିୱାଲ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ବିରାଟ ବୃକ୍ଷରୋପଣ ଅଭିଯାନର ଆୟୋଜନ କରାଯାଉଛି । ଲକଡାଉନ ଯୋଗୁଁ ୫ ଜୁନରୁ ଏହାର ଆରମ୍ଭ କରାଯିବ । ଏହି ସମୟରେ ଲୋକମାନଙ୍କୁ ରୋଗପ୍ରତିରୋଧକ କ୍ଷମତା ବଢାଉଥିବା ଔଷଧଯୁକ୍ତ ଗଛ ଲାଗଇବାକୁ ପ୍ରୋତ୍ସାହିତ କରାଯିବ ।

ଏହାକୁ ନେଇ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ଦିଲ୍ଲୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ସବୁଆଡେ ଚର୍ଚ୍ଚା ହେଉଛି । ଏହାର ପଛର ବଡ କାରଣ ହେଉଛି , ଏହି ଗଛ କରୋନା ପାଇଁ ବ୍ରହ୍ମାସ୍ତ୍ର ପରି କାମ କରିବ । ଅନ୍ୟପଟେ ଚଳିତ ବର୍ଷ ଦିଲ୍ଲୀ ସରକାର ୩୩ ଲକ୍ଷ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରାକୃତିକ ଉପାୟରେ ଇମ୍ୟୁନିଟି ପାୱାର ବା ପ୍ରତିରୋଧକ ଶକ୍ତି ବଢାଇବାକୁ ସରକାର ପ୍ରୟାସ କରୁଛନ୍ତି ।

Get real time updates directly on you device, subscribe now.